୩ଟି ବାଘ ଛାଲ ଜବତ ସହ ୩ ମାଫିଆ ଗିରଫ

0
126
୩ଟି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡ଼ା, (୧୬/୧୦) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ସଫଳତା । ଏକ ବାଘ ଛାଲ ରାକେଟ ର ପର୍ଦ୍ଦାଫାସ କରିଛି । ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହିତ ୩ ଜଣ ମାଫିଆଙ୍କୁ ଗିରଫ କରିଛି ।

୩ଟି କଲରାପତରିଆ ବାଘ ଛାଲ ବିକ୍ରି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଅନ୍ତର୍ଗତ ମାଳଧୀ ଛକରେ ଚାଲିଥିଲା ଡିଲ୍‌ । ସେହି ସମୟରେ ଏସ୍‌ଟିଏଫ୍ ଟିମ୍ ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ ସହାୟତାରେ ସେଠାରେ କରିଥିଲା ଚଢ଼ାଉ । ପୂର୍ବ ସୂଚନା ଆଧାରରେ ଏସ୍‌ଟିଏଫ୍ ଏହି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ମିଳିତ ଟିମ୍‌ । ଗିରଫ ଅଭିଯୁକ୍ତମାନେ ହେଲେ ସୁମିତ କୁମାର, କୃପା ସାହୁ ଓ ଆଦିତ୍ୟ ପାତ୍ର । ଏସ୍‌ଟିଏଫ୍‌ ଏହି ଘଟଣାରେ ଏବେ ଅଧିକ ଖୋଳତାଡ଼ କରୁଛି । ଏହି ରାକେଟ ର ନେଟୱର୍କ କେତେ ଦୂର ଲମ୍ବିଛି ? ଆଗରୁ କେତେ ଥର ସେମାନେ ବାଘଛାଲ ବିକ୍ରି କରିଛନ୍ତି ? ଏସବୁର ତଦନ୍ତ କରୁଛି ଏସ୍‌ଟିଏଫ୍‌ ।