ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାକୁ ଦାବି

0
104
ବିଜ୍ଞାପିତ ଅଞ୍ଚଳ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୧୦) : ବାଲ୍ୟ ବିବାହ କୁ ରୋକିବା ପାଇଁ ବିଜ୍ଞାପିତ ଅଞ୍ଚଳ କୁ ଘୋଷଣା କରିବା ପାଇଁ ପ୍ରତ୍ୟେକ ୱାର୍ଡରେ ସଚେତନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଅନୁଯାୟୀ ବାଲ୍ୟ ବିବାହ ଆଇନ ୨୦୦୬ ପ୍ରକାରେ ୱାର୍ଡ ସ୍ତରୀୟ କମିଟି ଘୋଷଣା କରାଯାଇ ଆସନ୍ତା ଦିନରେ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇ ଏହାକୁ କଡାକଡି ଭାବେ ଲାଗୁ କରାଯାଇ ବାଲ୍ୟ ବିବାହ କୁ ରୋକିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, କୌଣସିଲା ର ଯୋଶଦା ନାୟକ, ଲୋପିଁଟି ରାଜୁଆମ୍ମା, ସାମ୍ବାଦିକ ଶ୍ରୀ ମୋନଜ ଚୌଧୁରୀ ଶିକ୍ଷକ ଶ୍ରୀ ଜଗଦୀଶ ପାତ୍ର, ବରିଷ୍ଠ ନାଗରିକ ଶ୍ରୀ ଗୋପାଳ ପଣ୍ଡା, ହରିଶ୍ଚନ୍ଦ୍ର ସାହୁ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, କିଶୋର, ବାଳିକା ଓ ବାଳକ ମାନେ ଯୋଗ ଦେଇଥିଲେ ।