ବସ୍-ଟ୍ରକ ଧକ୍କା : ଚାଲିଗଲା ୧୫ ଜଣଙ୍କ ଜୀବନ

0
165
ବସ୍-ଟ୍ରକ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମଧ୍ୟପ୍ରଦେଶ/ରେୱା, (୨୨/୧୦) : ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରେୱା ଜିଲ୍ଲାରେ ବସ୍-ଟ୍ରକ ମଧ୍ୟରେ ଧକ୍କାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ୪୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ଥିବା ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳ ର । ଏହି ଯାତ୍ରୀମାନେ ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ବସ୍-ଟ୍ରକ ଦୁର୍ଘଟଣା ଘଟିଥିଲା । ଟ୍ରକଟି ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ବେଳେ ପଛପଟୁ ବସଟି ପିଟି ହୋଇଯାଇଥିଲା । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ପୁଲିସ ଭାଙ୍ଗିରୁଜି ଯାଇଥିବା ବସ୍‌ରେ ଫସି ରହିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିଛି । ବସ୍‌ର କ୍ୟାବିନ୍‌ରେ ତିନି ଚାରିଜଣ ଲୋକ ଫସିଥିବା ପୁଲିସ କହିଛି । ଆହତ ମାନଙ୍କୁ ତେଓନ୍ଥାର୍‌ ସିଭିଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଶ୍ରମିକମାନେ ବସ ଯୋଗେ କାମ ପାଇଁ ହାଇଦ୍ରାବାଦ ଆସିଥିଲେ । ବସ୍‌ଟି ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା । ଶୁକ୍ରବାର ରାତି ପ୍ରାୟ ୧୧.୩୦ ରେ ମଧ୍ୟପ୍ରଦେଶର ରେୱା ଜିଲ୍ଲା ସୁହାଗି ନିକଟରେ ଟ୍ରକ୍‌ ସହ ଧକ୍କାଖାଇ ଦୁର୍ଘଟଣା ଗ୍ରସ୍ତ ‌ହୋଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ଉତ୍ତରପ୍ରଦେଶ ସରକାର ଅନୁକମ୍ପା ମୂଳକ ୫୦,୦୦୦ ଟଙ୍କା ଲେଖାଏଁ କ୍ଷତି ପୂରଣ ଘୋଷଣା କରିଛନ୍ତି ।