ଅଭିନବ ଉପାୟରେ ଜନ୍ମ ଦିନ ପାଳନ କଲେ ସମାଜ ସେବିକା

0
163
ଅଭିନବ ଉପାୟରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୭/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବନଦୂର୍ଗା ବରିଷ୍ଠ ନାଗରିକ ସେବା ଗୃହ ଝାଡରାଜିଂ ଠାରେ ସମାଜସେବୀକା ସୁପ୍ରିୟା ଦେହୁରୀ ଅଭିନବ ଉପାୟରେ ନିଜ ଜନ୍ମ ଦିନ ପାଳନ କରିଛନ୍ତି ।

ସେବାଗୃହରେ ଥିବା ଅନ୍ତେବାସୀ ଙ୍କୁ ଫଳ, ଜୁସ ଓ ବିସ୍କୁଟ ପ୍ରଦାନ କରି ତାଙ୍କ ସହିତ ସମୟ ବିତାଇ ଆଶୀର୍ବାଦ ଲାଭ କରିଥିଲେ । ଆଜିର ଅତ୍ୟାଧୁନିକ ଯୁଗରେ ଲୋକେ କେକ୍ କାଟି ପାର୍ଟି କରନ୍ତି, କିନ୍ତୁ ଯୁବ ସମାଜସେବୀକା ଅଭିନବ ଉପାୟରେ ଜନ୍ମ ଦିନ ପାଳନ କରି ଅନ୍ତେବାସୀଙ୍କ ସହିତ ତାଙ୍କ ଆଶୀର୍ବାଦ ଭିକ୍ଷା, ଖୁସି ମଜା ଓ ଭାବର ଆଦାନ ପ୍ରଦାନ କରି ଜନ୍ମ ଦିବସ ପାଳନ କରିଛନ୍ତି । ତାଙ୍କ ସହିତ ସ୍ଵେଚ୍ଛାସେବୀ ପ୍ରତାପ ମେହେର, ବନଦୁର୍ଗା ବରିଷ୍ଠ ନାଗରିକ ଗୃହ ର ସମ୍ପାଦିକା ଶ୍ରୀମତୀ ବାସନ୍ତୀ ନନ୍ଦ ଏବଂ କର୍ମୀ ସନ୍ତୋଷ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ ।