ଚାରି ଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ

0
162
ଚାରି ଛକ

ରିପୋର୍ଟ : ସୁଶାନ୍ତ କୁମାର ବେହେରା
ହରଭଙ୍ଗା, (୨୭/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରି ଛକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାର ଦ୍ୱାରା ଆୟୋଜିତ ବ୍ଲକ ସ୍ତରୀୟ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 10 26 at 8.00.56 PM 1 ଚାରି ଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ

୧୭ ଟି କ୍ଲଷ୍ଟର ର ଶତାଧିକ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଦିନ ୧୦ ଟା ସମୟରେ ଚାରି ଛକ ଠାରେ ସୁରଭି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କୁମାର କହଁର, ସମାନିତ ଅତିଥି ଭାବେ ବାଣୀଭୂଷଣପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀବନ୍ତ ମେହେର, ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟ ପ୍ରଶାନ୍ତ କୁମାର ପ୍ରଧାନ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ୱରାଜ କହଁର ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।

ଏହି ସୁରଭି କାର୍ଯ୍ୟକ୍ରମରେ ବକୃତା, ତର୍କ, ପ୍ରବନ୍ଧ ଲିଖନ ଚିତ୍ରାଙ୍କନ, ସଂଗୀତ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ୧୦ ବିଭାଗରେ ଆସିଥିବା ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଡା.ଉଦୟ ନାଥ ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାସିନି ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଅନ୍ୟ ତମ ଅତିଥି ଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲିକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍ଵରାଜ କହଁର ଓ ଚାରିଛକ 5T ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ପଦକ ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି ୨୦୨୨ ରେ ଅଂଶଗ୍ରହଣ କରିବେ ।

ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ନରେନ୍ଦ୍ର କୁମାର ରଣା, ସନ୍ତୋଷ କୁମାର ସେଠୀ, ସୁବାସ ବିଶି, ପ୍ରସନ୍ନ ଭୋକ୍ତା, ଶିକ୍ଷକ ସରୋଜ କୁମାର ସାହୁ, ସତ୍ୟ ନାରାୟଣ ସାହୁ, ସନ୍ତୋଷ ପାଣିଗ୍ରାହୀ, ସୁଧାକର ଜେଠି, କୈଳାସ ବେହେରା, ସତ୍ୟ ନାଏକ ପ୍ରମୁଖ ଶିକ୍ଷକ ସହଯୋଗ କରିଥିଲେ । ସିଆରସିସି ଧରଣୀ ମେହେର ମଞ୍ଚ ପରିଚାଳନା କରିଥିଲେ ।