କିରିମପାଲି ନଦୀ ରେ ବାଜି ଲାଗୁଛି ଜୀବନ, ଚାରୋଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ

0
198

ରିପୋର୍ଟ : ସୁନୀଲ ଭୂମିଆ //
ଖଇରପୁଟ, ମାଲକାନଗିରି,(୧୫/୦୮) : କିରିମପାଲି ନଦୀ ରେ ବାଜି ଲାଗୁଛି ଜୀବନ । ଚାରୋଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ । ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଏମିତି ଗ୍ରାମ ରହିଛି ଯେଉଁଠି ରାସ୍ତା ଉପରେ ପଡୁଥିବା ନଦୀରେ ପୋଲ ନ ଥିବାରୁ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲବିନା ନଦୀରେ ପଶି ଯାତ୍ରା କରିବାରୁ ଅନେକ ସମୟରେ ଧନ ଜୀବନ ହାନି ଘଟୁଛି ।mk3 କିରିମପାଲି ନଦୀ ରେ ବାଜି ଲାଗୁଛି ଜୀବନ, ଚାରୋଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ପ୍ରତି ପାଞ୍ଚ ବର୍ଷରେ ନେତା ଭୋଟ ପାଇଁ ଆସି ନାନା ପ୍ରତିଶୃତି ଦେଇ ଚାଲି ଯାଉଥିବା ବେଳେ ଭୋଟ ପାଇବା ପରେ ଭୁଲି ଯାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା,ଖଇରପୁଟ ବ୍ଲକ ସଦର ମହକୁମାର ର କାଦଗୁଡା ଗ୍ରାମରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖଇରପୁଟ ଏବଂ କାଦଗୁଡା ମଝିରେ କିରିମପାଲି ନଦୀ ରେ ପ୍ରବାହିତ ହେଉଛି । ଖରା ଦିନରେ ଲୋକେ କଷ୍ଟେମଷ୍ଟେ ଯିବାଆସିବା କରିଥାନ୍ତି । କିନ୍ତୁ ବର୍ଷା ଦିନ ଆସିଲେ ଖଇରପୁଟକୁ ଆସିବା ବାଟ ବନ୍ଦ ହୋଇଯାଏ । ଖଇରପୁଟ ବ୍ଲକରୁ ମାତ୍ର ଏକ କିଲୋମିଟର ବାଟ କାଦଗୁଡା ।mk2 କିରିମପାଲି ନଦୀ ରେ ବାଜି ଲାଗୁଛି ଜୀବନ, ଚାରୋଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ

ଏହି କିରିମପାଲି ନଦୀ ଦେଇ ନୀତି ଦିନ କାଦଗୁଡା, କନ୍ଧଗୁଡ଼ା, ନନ୍ଦପୁରିଆଗୁଡା ଓ ସରଗିଗୁଡା ଲୋକେ ଖଇରପୁଟ ବ୍ଲକ ଉପରେ ନିର୍ଭର କରିଥାନ୍ତି । ବ୍ଲକ ଅଫିସ ,ତହସିଲ, ପଂଚାୟତ ଅଫିସ , ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର , ବ୍ୟାଙ୍କ,ସ୍କୁଲ କଲେଜ ଓ ହାଟ ବଜାର ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏହି ଗ୍ରାମ ବାସୀଙ୍କୁ ସ୍ଥାୟୀ ପୋଲ ଟିଏ ନ ଥିବା ଯୋଗୁଁ । ଭୋଟ ସମୟରେ ମାଳ ମାଳ ନେତା ମନ୍ତ୍ରୀମାନେ ଗାଁକୁ ଆସିନାହିଁ ନ ଥିବା ପ୍ରତିଶୃତି ଦେବା ସହ ବ୍ରିଜ ଓ ରାସ୍ତାଘାଟ ତିଆରି କରିଦେବା ବୋଲି କହନ୍ତି ଓ ପ୍ରତିଶୃତି ଦିଅନ୍ତି ।mk1 କିରିମପାଲି ନଦୀ ରେ ବାଜି ଲାଗୁଛି ଜୀବନ, ଚାରୋଟି ଗ୍ରାମକୁ ଯୋଗାଯୋଗ ବିଛିନ୍ନ

କିନ୍ତୁ ଭୋଟ ସରିଗଲେ ଆଉ ସେମାନେ ଦେଖା ଦିଅନ୍ତି ନାହିଁ । ନିଜର ଭାଗ୍ୟକୁ ଆଦରି ପଡି ରହିଛନ୍ତି ଅଞ୍ଚଳବାସୀ। ଜରୁରୀ କାଳୀନ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେବାକୁ ପଡିଥାଏ । ପ୍ରଶାସନକୁ ଓ ରାଜନେତାଙ୍କୁ ବାରମ୍ବାର ଗୁହାରି କରି ଥକି ଯାଇଛନ୍ତି ଅଞ୍ଚଳ ବାସୀ । ତାଙ୍କ ଗୁହାରି,ନା ଶୁଣୁଛି ପ୍ରଶାସନ ନା ଶୁଣୁଛି ରାଜନେତା । ଗୁହାରି ଗୁହାରିରେ ହିଁ ରହିଯାଉଛି ।

ନଦୀ ପାର ହେବାକୁ ହେଲେ ଗାଁ ଲୋକେ ମିଶି ହାତ ଧରା ଧରି ହୋଇ ନଦୀ ପାର ହୁଅନ୍ତି । ଜଣେ ବା ଦୁଇ ଜଣ ନଦୀ ପାର ହେବ ସମ୍ଭବପର ନୁହେଁ । କାରଣ ଜୀବନ ଚାଲିଯିବାର ସମ୍ଭବନା ଥାଏ । ନଦୀ ପାର ହେଉଥିବା ସମୟରେ ଲୋକଙ୍କ ଜୀବନ ଚାଲିଯାଏ ତାହା ହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି ।