ଭଲିବଳ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଟିମକୁ ଟ୍ରଫି ପ୍ରଦାନ କଲେ ଗୁଣପୁର ବିଧାୟକ

0
151
ଭଲିବଳ ଟୁର୍ଣ୍ଣାମେଣ୍ଟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡା, (୧୮/୧୧) : ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ବଡ କତିଲି ଗ୍ରାମରେ ଚାଲିଥିବା ଭଲିବଳ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି ।WhatsApp Image 2022 11 17 at 13.37.29 ଭଲିବଳ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଟିମକୁ ଟ୍ରଫି ପ୍ରଦାନ କଲେ ଗୁଣପୁର ବିଧାୟକ

କତିଲି ଗ୍ରାମରେ ଚାଲିଥିବା ଭଲିବଳ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ଖେଳରେ ଗୁଡାରୀ ଓ ମକୁନ୍ଦପୁର ଟିମ ସହ ଯୋରଦାର ଲଢେ଼ଇ ହୋଇଥିଲା । ବହୁତ ସଂଘର୍ଷ ପରେ ମକୁନ୍ଦପୁର ଟିମ ବିଜୟ ହୋଇଥିଲେ । ଆଜି ଫାଇନାଲ ଖେଳ ଥିବାରୁ ପଡିଆରେ ଦର୍ଶକଙ୍କ ଭିଡ ଜମିଥିଲା । ବିଜେତା ମକୁନ୍ଦପୁର ଟିମକୁ ଟ୍ରଫି ସହ ୨୨ ହଜାର ୨୨୨ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ଗୁଡାରୀ ଟିମକୁ ୧୧ ହଜାର ୧୧୧ ଟଙ୍କା ପ୍ରଦାନ କରାଯାଇଥିଲା ।

ତେବେ ଆଜିର ଫାଇନାଲ ଖେଳର ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ବିଜେଡି ଜିଲ୍ଲା ସଭାପତି ସୁଧିର କୁମାର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ଯୁବ ନେତା ଦକ୍ଷ ପାଲକା, ଟୁନା ଗୌଡ, କେଦାର ସାହୁ, ସନ୍ତୋଷ ମହାନ୍ତି, ଏମ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ଖେଳ ସରିବା ପରେ ବିଧାୟକ ମଧୁବନ ପଞ୍ଚାୟତର ଟଡିଲତା ଗ୍ରାମକୁ ଯାଇ ବିଭିନ୍ନ ସମସ୍ୟା କଥା ପଚାରି ବୁଝିଥିଲେ ।WhatsApp Image 2022 11 17 at 13.37.29 1 ଭଲିବଳ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଟିମକୁ ଟ୍ରଫି ପ୍ରଦାନ କଲେ ଗୁଣପୁର ବିଧାୟକ

ବିଶେଷ କରି ଗ୍ରାମ ର ଅଙ୍ଗନବାଡି କେନ୍ଦ୍ର ଠିକ ସମୟରେ ଚାଲୁନଥିବା ବେଳେ ଗ୍ରାମକୁ ଯିବାପାଇଁ ନିତିଦିନିଆ ରାସ୍ତା ଦୁରବସ୍ଥା ସମ୍ବନ୍ଧରେ ଏଠାକାର ଲୋକମାନେ ବିଧାୟକଙ୍କୁ କହିଥିଲେ । କେବଳ ରାସ୍ତାଘାଟ ନୁହଁ ଗାଁ’ର ଅନେକ ସମସ୍ୟା କଥା ଶୁଣିବା ପରେ ବିଧାୟକ ତୁରନ୍ତ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାସହ ନିତିଦିନିଆ ରାସ୍ତାକୁ ପକ୍କା କରାଯିବବୋଲି ପ୍ରତିଶ୍ରୃତି ଦେଇଥିଲେ ।