ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକ ରେ ଇଂରାଜୀ ପାଠ ଚକ୍ର

0
123
ଭୈରବୀ ଡିଗ୍ରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨/୧୨) : ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ମୁଖ୍ୟ ଇଂରାଜୀ ଅଧ୍ୟାପକ ଡ଼ ପ୍ରମୋଦ କୁମାର ମହାପାତ୍ର ଙ୍କ ସଭା ପତିତ୍ଵ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଓ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ସମସ୍ତ ୬୦ ଜଣ ଛାତ୍ରଛାତ୍ରୀ ଏହି ପାଠ ଚକ୍ର ରେ ଯୋଗ ଦେଇଥିଲେ । ଉକ୍ତ ପାଠ ଚକ୍ର ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଏବଂ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତରେନିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ମୁଖ୍ୟ ଆଲୋଚକ ଭାବେ ଡ଼ ପ୍ରଭାତ ଚନ୍ଦ୍ର ମିଶ୍ର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଯୋଗଦାନ ଦେଇ ପାଠ ଚକ୍ର ଆର୍. କେ. ନାରାୟଣ ଙ୍କ ଦି ଗାଇଡ ଏବଂ ରାଜା ରାଓ ଙ୍କ କାନ୍ଥପୁରା ରେ ଭାରତୀୟତା ର ପରିଚୟତା ଉପରେ ପଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ପାଠ ଚକ୍ର ରେ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଡ଼ ଉଦୟନାଥ ମାଝୀ ଯୋଗ ଦାନ ଦେଇ ଇଂରାଜୀ ସାହିତ୍ୟ ର ଗୁରୁତ୍ଵ ବର୍ଣ୍ଣନା କରିଥିଲେ । ଏହି ପାଠ ଚକ୍ର ରେ ୨୦ ଟି ସନ୍ଦର୍ଭ ପାଠ କରାଯାଇଥିଲା ।

ଅବସର ପ୍ରାପ୍ତ ଇଂରାଜୀ ପ୍ରଧ୍ୟାପିକା ପ୍ରଣତୀ ମିଶ୍ର, ଅଧ୍ୟାପକ ଲକ୍ଷ୍ମଣ ମେହେର, କଲ୍ୟାଣୀ ଦେବୀ ସୁନାନି, ସୁଭଙ୍କରି ବଡ଼ମାଳି, ବୌଦ୍ଧ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରବିନ୍ଦ୍ର ନାଥ ଗୁରୁ, ସୋନପୁର ମହିଳା ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେଟି, ଅଧ୍ୟାପକ ଅଜିତ କୁମାର ସାହୁ ଯୋଗ ଦାନ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲ । ଆଲୋଚନା ରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଛାତ୍ର ଶଙ୍କର୍ଷଣ ପ୍ରଧାନ, ଛାତ୍ରୀ ପ୍ରଦୀପ୍ତି ପ୍ରଧାନ ସଂଯୋଜନା କରିଥିଲେ । ସର୍ବ ଶେଷରେ କୁମାର କଂହର୍ ଧନ୍ୟବାଦ ଅର୍ପଣ କରିଥିଲେ ।