ଜିଲ୍ଲାପାଳଙ୍କ ତହସିଲ ଅଫିସ ପରିଦର୍ଶନ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା

0
228
ଜିଲ୍ଲାପାଳଙ୍କ ତହସିଲ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨/୧୨) : ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ବିଷମ କଟକ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ତହସିଲ ଅଫିସ ପରିଦର୍ଶନ ।

ଜିଲ୍ଲାପାଳଙ୍କ ତହସିଲ ଅଫିସ ପରିଦର୍ଶନ ଓ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା । ପ୍ରଥମେ ବିଷମ କଟକ ତହସିଲ କାର୍ଯ୍ୟାଳୟ ଗସ୍ତ କରି ତହସିଲଦାର ଶୁଭେନ୍ଦୁ ଜେନାଙ୍କ ଉପସ୍ଥିତରେ ପରିଦର୍ଶନ କରିଥିଲେ । ତହସିଲ କାର୍ଯ୍ୟାଳୟରେ ୧୭ ବିଦ୍ୟାଳୟକୁ ଆର.ଓ.ଆର ପଟ୍ଟା ପ୍ରଦାନ କରିଥିଲେ । ଏହାପରେ ଖ୍ରୀଷ୍ଟିୟାନ ହସ୍ପିଟାଲ ଗସ୍ତରେ ଯାଇ ହସ୍ପିଟାଲ ବୁଲି ଅନୁଧ୍ୟାନ କରିଥିଲେ । ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଅନ୍ତରଭୁକ୍ତ କରିବା ନିମନ୍ତେ କହିଥିଲେ ।

ଏହାପରେ ରାସକଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁଡ଼ ଉନ୍ନତି ଉଚ୍ଚ ବିଦ୍ୟାଳୟ ଗସ୍ତ କରି 5T ଅନ୍ତର୍ଗତ ରୂପାନ୍ତରିତ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ଗସ୍ତ କରି ରୁରାଲ ପାର୍କ ବୁଲି ଦେଖିଥିଲେ ।

ବିଶେଷ କରି ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନଗାର, ଖେଳ ପଡ଼ିଆ ଆଦି ଉପରେ ଆଲୋଚନା କରିଥିଲେ । ସେହିପରି ଡୁକୁମ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁକୁମ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ବାଳିକା ଛତ୍ରିନିବାସ,ମଲ୍ଟି ୟୁନିଟ ଟଏଲେଟ କାର୍ଯ୍ୟ ଅନୁଧ୍ୟାନ କରିବା ସହିତ 5T ଅଧୀନରେ ରୂପାନ୍ତରିଣ ଉପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ବିଡିଓ ସଦାଶିବ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।