ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ଉଦଘାଟିତ

0
106
ସପ୍ତଦଶ ବୌଦ୍ଧ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୨/୧୨) : ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ଆଜି ବୌଦ୍ଧ କଚେରୀ ପଡିଆ ଠାରେ ଉଦଘାଟିତ ହୋଇଯାଇଛି ।

ସପ୍ତଦଶ ବୌଦ୍ଧ ପୁସ୍ତକ ମେଳା ଉଦଘାଟିତ । ସର୍ବପ୍ରଥମେ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ ଙ୍କ ଠାରୁ ଦିବ୍ୟ ଜ୍ୟୋତି ଆସି ମଞ୍ଚରେ ପହଞ୍ଚିବା ପାରେ ଜଗତର ନାଥ ଜଗନ୍ନାଥ ଓ ମାଁ ଭୈରବୀ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ବୌଦ୍ଧ ଜୋର୍ଣ୍ଣାଲିଷ ଫୋରାମ ର ସଭାପତି ଦିବ୍ୟସଙ୍କର ରାଉତ ମଞ୍ଚ ରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହୟ ମିନା, ସମ୍ପାଦକ ଯୁଗଳ ସାମଲ, ଅତିରିକ୍ତ ଜିଲ୍ଲା ପାଳ ବବିତାରାଣୀ ଦଳବେହେରା ଉପସ୍ଥିତ ରହିଥିବା ।

ସତ୍ୟ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା ସମସ୍ତ ଷ୍ଟଲ ପରିଦର୍ଶନ କରାଯିବା ପରେ ଉଦ୍ଘାଟନୀ ର ପ୍ରଥମ ସନ୍ଧ୍ୟାରେ ଆଲୋଚନା ଚକ୍ର ଶୀର୍ଷକ ‘”ଓଡ଼ିଶାର ବିକାଶ ରେ ମହିଳାଙ୍କ ଭାଗିଦାରୀ” ଶୀର୍ଷକ ଆଲୋଚନା ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଅନ୍ୟତମ ଅତିଥିଭାବେ ସି ଡ଼ି ପି ଓ :କଣ୍ଟମାଳ, ସି ଡ଼ି ପି ଓ :ବୌଦ୍ଧ, ଏକ୍ସ୍ଡୋନେଡ ର ଜିଲ୍ଲା ସଂଯୋଜିକା ପ୍ରବିଜ୍ଞା ଦାସ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଯୋଶନା ଭୋଇ, ଯୋଗଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ସାମ୍ବାଦିକ ସତ୍ୟନାରାୟଣ ପାଣି ମଞ୍ଚ ପରିଚାଳନା କରିଥିଲେ ଏବଂ ଜୋର୍ଣ୍ଣାଲିଷ ଫୋରମ ର ସଦସ୍ୟ ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ପ୍ରଥମ ସନ୍ଧ୍ୟାରେ ସଂସ୍କାତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।