ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୩୪ ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ

0
108
ବୌଦ୍ଧ ସରସ୍ୱତୀ ଶିଶୁ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୬/୧୨) : ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୪ ତମ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଯାଇଅଛି ।

ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୩୪ ତମ ବାର୍ଷିକ କ୍ରୀଡା ଉଦ୍ଘାଟନୀ ଉତ୍ସବରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମାନ୍ୟ ମୃତ୍ୟୁଞ୍ଜୟ ମିଶ୍ରଙ୍କ କର କୋମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । କ୍ରୀଡା ରେ ଶିଶୁ ମାନଙ୍କୁ ୪ ଟି ବର୍ଗ କରି ଖେଳାଯାଇଥିଲା । ପ୍ରାକ୍ ଶିଶୁ, ଶିଶୁ, ବାଲ୍ ଓ କିଶୋର ବର୍ଗ ରୂପେ ବିଭାଗୀକରଣ କରି ଖେଳାଯାଇଥିଲା । ଉଦଯାପନୀ ଉତ୍ସବରେ ପୁରୁଣାକଟକ ର ବିଶିଷ୍ଟ ଶିଳ୍ପପତି ଅଶୋକ ଅଗ୍ରୱାଲା ଉପସ୍ଥିତ ରହି କୁନି କୁନି ପିଲାଙ୍କୁ ପୁରସ୍କାର ବିତରଣ କରୁଥିଲେ ।

ସଭାରେ ବିଭାଗ ନିରୀକ୍ଷକ ଗୁପ୍ତେଶ୍ୱର ଥନାପତି, ବୌଦ୍ଧ ସଙ୍କୁଳର ସଙ୍କୁଳ ପ୍ରମୁଖ ଦଶରଥ ମେହେର, ବିଦ୍ୟାଳୟର ପରିଚାଳନା କମିଟିର ସଭାପତି, ଉପସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଅନ୍ୟ ସଭ୍ୟ ସଭ୍ୟା ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଉପସ୍ଥିତ ଥିଲେ । ଦୁଇଦିନ ଧରି ଚାଲିଥିବା ଖେଳର ଉଦଯାପନୀ ଶେଷରେ ପିଲା ମାନଙ୍କୁ ପୁରସ୍କାର ବିତରଣ କରାଯାଇ ଉତ୍ସାହିତ କରାଯାଇଥିଲା ।