ବୌଦ୍ଧ ଜିଲ୍ଲା ବାଉଁସୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣ ର ବିସ୍ଫୋରକ ବୋଝେଇ ଭେନ ଜବତ

0
133
ବୌଦ୍ଧ ଜିଲ୍ଲା ବାଉଁସୁଣି

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୩/୧୨) : ବେଆଇନ ଭାବେ ରାମଚଣ୍ଡୀ କ୍ରସର କୁ ବିସ୍ଫୋରକ ଯାଉଥିବା ସମୟରେ ଗୋଛାପଡ଼ା ପଞ୍ଚାୟତ ସିଆଲିମୁଣ୍ଡା ଛକ ରୁ ଜବତ କଲା ବୌଦ୍ଧ ଜିଲ୍ଲା ବାଉଁସୁଣି ପୋଲିସ ।WhatsApp Image 2022 12 03 at 19.57.13 1 ବୌଦ୍ଧ ଜିଲ୍ଲା ବାଉଁସୁଣି ପୋଲିସ୍ ଦ୍ଵାରା ବିପୁଳ ପରିମାଣ ର ବିସ୍ଫୋରକ ବୋଝେଇ ଭେନ ଜବତ

କ୍ରସର ମାଲିକ ଶ୍ରୀନିବାସ ମିଶ୍ର ଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଡ଼ିର ଡ୍ରାଇଭର ନା ରେ ତଦନ୍ତ ଚାଲିଥିବା ବୌଦ୍ଧ ଜିଲ୍ଲା  ବାଉଁଶୁଣି ଥାନା ଅଧିକାରୀ ଅରୁଣ ସିଂ ସୂଚନା ଦେଇଛନ୍ତି । ବିସ୍ଫୋରକ ଭ୍ୟାନ୍ ଜବତ୍ ବିଷୟରେ ଥାନା ଅଧିକାରୀଙ୍କୁ ବୟାନ ଥରେ ଡ଼୍ରାଇଭରଙ୍କ ଲାଇସେନ୍ସ ନଥିବା କହୁଥିବା ବେଳେ ଆଉ ଥରେ କ୍ରସର୍ ର ଲାଇସେନ୍ସ ନଥିବା କହିଛନ୍ତି । ଗୋଛାପଡ଼ା ଗ୍ରାମ ପଞ୍ଚାୟତ ର ଅନେକ ଗ୍ରାମ କ୍ରସର୍ ର ନିକଟ ବର୍ତ୍ତି ଥିବା ବେଳେ କେଉଁ ଆଧାର ରେ ଅନୁମତି ଦେଲା ପ୍ରଶାସନ ।

ଉକ୍ତ କ୍ରସର ଗୁଡିକ ରେ ବହୁତ ଦିନରୁ ବେଆଇନ ବିସ୍ଫୋରକ ଚାଲିଥିବା ବେଳେ ଆଜି ପ୍ରଯ୍ୟନ୍ତ ପୋଲିସ କିମ୍ବା ପ୍ରଶାସନ ଜାଣିପାରୁନଥିଲା କେମିତି ? । ବାଉଁଶୁଣି ପୋଲିସ ଓ ଜିଲ୍ଲା ପ୍ରଶାସନ ସହ ମଧୁଚନ୍ଦ୍ରିକା ରେ ଚାଲିଥିଲା କି ଉକ୍ତ ବେଆଇନ ବିସ୍ଫୋରକ ? କେତେ ଦିନରୁ ଏମିତି ବେଆଇନ ବିସ୍ଫୋରକ ସାମଗ୍ରୀ ଯାଉଥିଲା ତାହା ସନ୍ଧେହ ଘେରରେ । ଦେଖାଯାଉ ଆଗାମୀ ଦିନରେ ଘଟଣା କେଉଁ ମୋଡ ନେଉଛି ।