ପରିତ୍ୟକ୍ତ କୂଅ ରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ

0
120
ପରିତ୍ୟକ୍ତ କୂଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାରିପଦା, (୧୭/୧୨) : ପରିତ୍ୟକ୍ତ କୂଅ ରୁ ମିଳିଲା ସରପଞ୍ଚଙ୍କ ସ୍ତ୍ରୀଙ୍କ ଗଳିତ ମୃତଦେହ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଦିନିଆ ଗାଁରେ ଏଭଳି ଘଟଣା ଘଟିଛି ।

ମୃତ ମହିଳା ଜଣଙ୍କ ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ସ୍ତ୍ରୀ ଶାରଦା ମାରାଣ୍ଡି । ଗତ ରବିବାର ଠାରୁ ଶାରଦା ଘରୁ କୁଆଡ଼େ ପଳାଇଥିଲେ । ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ । ଏ ନେଇ ଶାରଦାଙ୍କ ସ୍ୱାମୀ ଥାନାରେ ଏକ ଅଭିଯୋଗ କରିଥିଲେ । ଗୁରୁବାର ଦିନ ଶାରଦା ସ୍ୱାମୀ ନିଜ ଘର ପଛ ପରିତ୍ୟକ୍ତ କୂଅ ଆଡ଼େ କୌଣସି କାମରେ ଯାଇଥିଲେ । ଏହି ପରିତ୍ୟକ୍ତ କୂଅରୁ ପ୍ରବଳ ପଟୁ ଦୁର୍ଗନ୍ଧ ଆସିଥିଲା ।

ଏହାପରେ କୂଅର ପାଣିରେ ଶାରଦାଙ୍କ ମୃତଦେହ ଭାସୁଥିବା ସେ ଦେଖିବାକୁ ପାଇଥିଲେ । ପରେ ଝାଡେଶ୍ୱ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚ ଶାରଦାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରିଥିଲେ । ତେବେ ଶାରଦାଙ୍କୁ ହତ୍ୟା କରି କିଏ କୂଅରେ ଫିଙ୍ଗି ଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।