ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣା

0
116
ବଲାଙ୍ଗୀର ସୁବର୍ଣ୍ଣପୁର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୭/୧୨) : ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ର ହରଡ଼ଖୋଲ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ପ୍ରଣାହାଣୀ ହୋଇଛି ।

ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ପ୍ରଣାହାଣୀ ହୋଇଛି । ମୃତକ ଜଣକ ଏକ ସାଇକେଲ ଯୋଗେ ବଲାଙ୍ଗୀର ପଟକୁ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଏକ କାର ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହି ରାସ୍ତା ପାର୍ଶ୍ୱକୁ ଛିଛାଡି ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଗୁରୁତର ସାଇକେଲ ଆରୋହିଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ତେବେ ଡାକ୍ତର ଗୁରୁତର ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଅତ୍ୟଧିକ ରକ୍ତ ସ୍ରାବ ଓ ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି ।ଦୁର୍ଘଟଣା ଘଟାଇଥିବା କାର ଫେରାର ହୋଇ ଯାଇଥିବା ବେଳେ ମୃତ ସାଇକେଲ ଆରୋହୀଙ୍କ ପରିଚୟ ମିଳି ନାହିଁ ।ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ଲାଗିଛି ।