ରାମନାଗୁଡା ଅଞ୍ଚଳ ରେ ଶୋକାକୁଳ ପରିବେଶ, ଆର୍ମି ଜବାନଙ୍କ ଅକାଳ ବିୟୋଗ

0
403

ରିପୋର୍ଟ : ବଳରାମ ଶବର
ରାୟଗଡ଼ା,(୧୭/୦୮) : ରାୟଗଡ଼ା ଜିଲ୍ଲାର ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଗ୍ରାମପଞ୍ଚାୟତର ଗାଜିଲିଗୁଡ଼ା ଗ୍ରାମରେ ଆଜି ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି l ରାମନାଗୁଡା ଅଞ୍ଚଳ ଗାଜିଲି ଗାଁ ମାଟି ତାର ଜନ୍ମିତ ବୀରସନ୍ତାନ କୁ ହରାଇଛି l

ରାମନାଗୁଡା ଅଞ୍ଚଳ ଏହି ଗ୍ରାମର ନୀଳାମ୍ବର ଗମାଙ୍ଗ ଓ ବିଜୟଲକ୍ଷ୍ମୀ ଙ୍କ ବୀରପୁତ୍ର ବାସୁଦେବ ଗମାଙ୍ଗ ଭାରତବର୍ଷ ର ସୁରକ୍ଷାପାଇଁ ନିଜକୁ ଉତ୍ସର୍ଗୀକୃତ କରି ୨୦୧୦ ରେ ବିହାର ରେଜିମେଣ୍ଟରେ ସାମିଲ ହୋଇ ୨୦ ବର୍ଷପାଇଁ ଅନୁବନ୍ଧିତ ହୋଇଥିଲେ l ଦୀର୍ଘ ୧୯ ବର୍ଷ ଦେଶ ମାତୃକାର ସେବା କରିବା ପରେ ଆଉ ମାତ୍ର ଏକବର୍ଷ ପରେ ସେନାପଦବୀରୁ ଅବସରର ନେଇ ନିଜ ଜନ୍ମମାଟିକୁ ଆସିଯାଇଥାନ୍ତେ l କିନ୍ତୁ ବିଧିରବିଧାନ ଥିଲା ଭିନ୍ନ,ଭାରତର ବୀର ସହିଦଙ୍କ ତାଲିକାରେ ନିଜ ନାମକୁ ଲିପିବଦ୍ଧ କରି ଅମର ହେବାର ଥିଲା l

ସେଥିପାଇଁ ଜନ୍ମଭୂମି, ବାପା ମାଆ ସ୍ତ୍ରୀ ପିଲା, ବନ୍ଧୁ ପରିଜନ ସମସ୍ତଙ୍କୁ ଶୋକସାଗରରେ ଭସେଇ ଦେଇ ଚିରକାଳ ପାଇଁ ମିଶିଗଲେ ଅମରଯବାନ ଙ୍କ ଗହଣରେ l ଆସନ୍ତା ଗଣେଶପୂଜା, ରକ୍ଷାବନ୍ଧନ କୁ ଗାଁକୁ ଆସିବାର ପ୍ରତିଶୃତି ଦେଇ ମାତ୍ର ୩୮ ବର୍ଷ ବୟସରେ ଚାଲିଗଲେ ଆରପାରିକୁ l ପୁତ୍ରହରା ହୋଇଗଲା ମାଆ କିନ୍ତୁ ଇତିହାସର ସ୍ଵର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇଗଲା ରାମନାଗୁଡା ଅଞ୍ଚଳ ଗାଜିଲିଗୁଡା ଗ୍ରାମ l

୧୯୮୩ ମସିହା ମାର୍ଚ୍ଚ ୧୬ ତାରିଖରେ ଜନ୍ମିତ ବାସୁଦେବ ଗମାଙ୍ଗ ମାତ୍ର ୩୮ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଇହଧାମତ୍ୟାଗ କରିଛନ୍ତି l ସେ ଜଣେ ଭଦ୍ର ନମ୍ର ତଥା ମିଷ୍ଠଭାଷୀ ବ୍ୟକ୍ତି ଭାବରେ ପରିଚିତ l ତାଙ୍କ ମୃତଶରୀର ଗ୍ରାମରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏକ ଅଶ୍ରୁଳପୂର୍ଣ୍ଣ ପରିବେଶ ଭିତରେ ତାଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଯଥିଲା l