ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

0
97
ଗୋବିନ୍ଦ ସାହୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/କଣ୍ଟାବାଞ୍ଜି, (୨୦/୧୨) : ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି ।WhatsApp Image 2022 12 20 at 22.24.54 ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ର କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ପୋଲିସ ଡିଜି ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜେଲ୍ ଭିତରେ ଏକ ଛୋଟ ଗଛରେ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଏକାଧିକ ଅନ୍ତେବାସୀ ଥିବା ବେଳେ କେହି କିଭଳି କିଛି ଜାଣି ପାରିଲେନି । ଏବେ ଏସବୁ ଦିଗ ସହ ଗୋବିନ୍ଦଙ୍କ ଅସ୍ୱାଭାବିକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

୨୦୨୧ ଅକ୍ଟୋବର ୮ ତାରିଖରେ ବଲାଙ୍ଗୀର ଝରଣୀ ଗାଁ’ର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ଇଂରାଜୀ ମିଡିୟମ ସ୍କୁଲକୁ ଯିବା ପାଇଁ ଘରୁ ବାହାରି ନିଖୋଜ ହୋଇ ଯାଇଥିଲେ । ନିଖୋଜ ନେଇ ମମିତାଙ୍କ ଘର ଲୋକ ଅକ୍ଟୋବର ୧୯ରେ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ସ୍କୁଲ୍ ପରିସରରେ ଥିବା ଷ୍ଟାଡିୟମ ପରିସର ଖୋଳିବା ପରେ ମମିତାଙ୍କ କଙ୍କାଳ ମିଳିଥିଲା ।

ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଗିରଫ କରି ଜେଲ୍ ପଠାଇଥିଲା । ରିମାଣ୍ଡ ବେଳେ ପୋଲିସକୁ ହତ୍ୟାର ଡେମୋ ଦେଖାଇଥିଲା ଗୋବିନ୍ଦ । କିଭଳି ମମିତାଙ୍କୁ ମାରିବା ପରେ ପୋଡ଼ି ଦେଇ ମୋବାଇଲ୍ ଫୋନ୍ ଓ ଅନ୍ୟ ପ୍ରମାଣ ନଷ୍ଟ କରିଥିଲା କହିଥିଲା । ପରେ ବେଲରେ ଯାଇ ଜେଲ୍ ଫେରିଥିବା ଗୋବିନ୍ଦ ହଠାତ୍ କାହିଁକି ଆତ୍ମହତ୍ୟା କଲା ତାକୁ ନେଇ ସସପେନ୍ସ ଲାଗି ରହିଛି । ଅନେକ ବଡ, ବଡିଆ ନେତା, ମନ୍ତ୍ରୀ ଙ୍କ ନାମ ଏ ନେଇ ଚର୍ଚ୍ଚା ସେ ସମୟ ରେ ବେଶ ଜୋର୍ ଧରିଥିଲା । ଏହି ସମ୍ପୂର୍ଣ୍ଣ ଘଟଣାର ସବିଶେଷ ତଦନ୍ତ ସହ ସତ୍ୟତା କ୍ରାଇମ୍ ବ୍ରାଞ୍ଚ ଉନ୍ମୋଚନ କରିବା ନେଇ ନୂତନ ଆଶା ସଞ୍ଚାର ହୋଇଛି ।