କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୃତ ଗୋବିନ୍ଦ ର ଶବ 

0
98
କଡ଼ା ସୁରକ୍ଷା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୧/୧୨) : କଡ଼ା ସୁରକ୍ଷା ଭିତରେ ଗୋବିନ୍ଦ ସାହୁ ର ଶବ ପହଞ୍ଚିଲା ।

ଗତକାଲି ରହସ୍ୟ ଜନକ ଭାବେ କଣ୍ଟାବାଞ୍ଜି ଜେଲ୍ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲା ଗୋବିନ୍ଦ ସାହୁ । ଆଜି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ପୋଷ୍ଟମର୍ଟମ ୱାର୍ଡ ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ବହୁ ଚର୍ଚିତ ମମିତା ମେହେର ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ର ମୃତ ଦେହ କାଲି ଠାରୁ ବଲାଙ୍ଗୀର ବଡ ଡାକ୍ତରଖାନାରେ ପହଞ୍ଚି ସାରିଥିବା ବେଳେ ଆଜି ଶବର ପୋଷ୍ଟମର୍ଟମ ହେବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ । ତେବେ ଏଥିପାଇଁ ହସ୍ପିଟାଲ ପରିସର ରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୋବିନ୍ଦ ର ଶବ କୁ ରଖାଯାଇଛି । ବୁର୍ଲା ରୁ ଦୁଇ ଜଣିଆ ମେଡିକାଲ ଟିମ୍ ବଲାଙ୍ଗୀର ରେ ପହଞ୍ଚି ସାରିଛନ୍ତି ।