ସିନ୍ଦୁରପୁର-ବିଶାଳପାଳି ମାଇନର କେନାଲରେ ଥିବା ୧୧କେଭି ର ୨୫ଟି ଖମ୍ବ ଭାଙ୍ଗି ତାର ଚୋରି

0
144
ସିନ୍ଦୁରପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୨/୧୨) : ଗତକାଲି ମଧ୍ୟରାତ୍ରୀରେ ବିନିକା ବ୍ଳକ ସିନ୍ଦୁରପୁର-ବିଶାଳପାଳି ମାଇନର କେନାଲ କଡରେ ଥିବା ୧୧କେଭି ର ଲିଫ୍ଟ ଇରିଗେଶନ ପାଇଁ ବ୍ୟବହୃତ ହେଉଥିବା ୨୫ଟି ଇଲେକ୍ଟ୍ରି ପୋଲ ଭାଙ୍ଗି ତାର ଗୁଡିକ ଚୋରିକରି ନେଇ ଯାଇଛନ୍ତି ।WhatsApp Image 2022 12 22 at 21.59.17 1 ସିନ୍ଦୁରପୁର-ବିଶାଳପାଳି ମାଇନର କେନାଲରେ ଥିବା ୧୧କେଭି ର ୨୫ଟି ଖମ୍ବ ଭାଙ୍ଗି ତାର ଚୋରି

ବର୍ତ୍ତମାନ ରବି ଚାଷ ପାଇଁ ଚାଷୀ ତଲିଘରା (ପହ୍ଲା) ପକାଇ ସାରିଥିବା ବେଳେ ଏହି ଖବର ଶୁଣି ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ତମାନ ବିନା ପାଣିରେ ତାହା ନଷ୍ଟ ହେବା ଭୟ ଚାଷୀକୁ ଆଶଙ୍କା ରେ ପକାଇଛି । ଏହି ଲିଫ୍ଟ ଇରିଗେସନ ଲାଇନ ଦ୍ୱାରା ସିନ୍ଦୁରପୁର, ଚେରୁପାଲି, ମଣିଗା, ଗଣେଶପୁର, ଅରିଗାଁ ଓ ଆଖିଦାଦର ର ସମୁଦାୟ ୬୦ ରୁ ୬୫ ଲିଫ୍ଟ ଇରିଗେଶନ ପଏଣ୍ଟ ଚାଲୁଛି । ଯାହାଦ୍ୱାରା ପ୍ରାୟ ୫୦୦୦ରୁ ଉର୍ଦ୍ଧ୍ୱ ଏକର ରବି ଧାନ ଚାଷ ହେଉଛି । ଚାଷୀମାନେ ଯାଇ ବିନିକା ବିଦ୍ୟୁତ ବିଭାଗ ଏସଡ଼ିଓ ଙ୍କୁ ଏହି ବିଷୟରେ ଜଣାଇଥିଲେ । ଏସଡ଼ିଓ ଉପରିସ୍ଥ ଅଫିସର ଙ୍କୁ ଜଣାଇ ଶୀଘ୍ର ବିଦ୍ୟୁତ ସଂଯୋଗ କରାଯିବା ନେଇ ଚାଷୀ ମାନଙ୍କୁ ଜଣାଇଛନ୍ତି ।