ବିନିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉଦଯାପିତ 

0
228
ବିନିକା ସରସ୍ୱତୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୮/୧୨) : ବିନିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଦାଶରଥି ଘିବେଲାଙ୍କ ତତ୍ୱାବାଧାନରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।

ବିନିକା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିନିକା ଥାନା ଏସ ଆଇ ରବୀନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ବିନିକା ଅଗ୍ନି ସମ ସେବା କେନ୍ଦ୍ର ଅଧିକାରୀ ଭକ୍ତ ଚରଣ ଦଣ୍ଡିଆ ଯୋଗଦାନ କରି ଖେଳାଳି ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିନିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଶିଶୁ ବର୍ଗ (୪ର୍ଥ ଓ ୫ ମ ଶ୍ରେଣୀ) ରୁ ୬୫ ଜଣ ବାଳ ବର୍ଗ (୬ଷ୍ଠ, ୭ମ ଓ ୮ମ ଶ୍ରେଣୀ) ରୁ ୬୦ ଜଣ କିଶୋର ବର୍ଗ (୯ମ ଓ ୧୦ମ ଶ୍ରେଣୀ) ରୁ ୪୦ ଜଣ ଅଂଶଗ୍ରହଣ କରିଥିଲେ ।

ବିଦ୍ୟାଳୟ ଶାରୀରିକ ପ୍ରମୁଖ ରବୀନ୍ଦ୍ର ବିଭାର ଓ ସହ ଶାରୀରିକ ପ୍ରମୁଖ ବ୍ୟାସଦେବ ପୂଜାରୀ ଙ୍କ ସମେତ ପ୍ରମୋଦ କୁମାର ବିଶି ରନ ଇଭେଣ୍ଟ ରେ, ସୂର୍ଯ୍ୟ ନାରାୟଣ ମେହେର ଥ୍ରୋ ଇଭେଣ୍ଟ ରେ ସନ୍ୟାସୀ ଭୋଇ ଜମ୍ପ ଇଭେଣ୍ଟ ରେ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ମହେନ୍ଦ୍ର ଛତ୍ର ଓ ବିଶ୍ୱରାମ ବାଗ ଗୁରୁଜୀ ମଞ୍ଚ ପରିଚାଳନା କରିଥିଲେ, ସତ୍ୟ ନାରାୟଣ ଭୋଇ ଗୁରୁଜୀ ମଶାଳ ଦାୟିତ୍ୱ ରେ ରହିଥିବା ବେଳେ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ବାହନ ଚାଳକ ଭାଇ ମାନେ ସହଯୋଗ କରିଥିଲେ ।

ବାଳ ବର୍ଗର ପ୍ରେମରାଜ ପାଣ୍ଡେ, ସ୍ମୃତିରେଖା ତରିଆ, କିଶୋର ବର୍ଗର ଶୁଭମ କୁମାର ସାହୁ ଓ ସ୍ୱପ୍ନାରାଣୀ ପଧାନ ଉତ୍ତମ କ୍ରୀଡ଼ାବିତ (champion) ବିବେଚିତ ହୋଇଥିଲେ । ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇଭଉଣୀ ମାନେ ସଂକୁଳ କ୍ରୀଡା କୁ ଚୟନ କରାଯାଇଛି ।