ବାଜପେୟୀଙ୍କ ପୁଣ୍ୟ ତିଥି ରେ ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0
288

ରିପୋର୍ଟ : ଜିଲ୍ଲା ପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର, (୧୭/୦୮) : ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି ଅବସରରେ ନବରଙ୍ଗପୁର ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ଅନନ୍ତ ପଣ୍ଡା ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।23e4e7ed 782f 40f0 9b77 88e19c3d9923 ବାଜପେୟୀଙ୍କ ପୁଣ୍ୟ ତିଥି ରେ ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସ୍ଥାନୀୟ ଚାମୁରିଆଗୁଡ଼ା ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଶିବିର କୁ ବରିଷ୍ଠ ନାଗରିକ ଶରତ ଚନ୍ଦ୍ର ପାତ୍ର ଉଦଘାଟନ କରିଥିଲେ । ବାଜପେୟୀଙ୍କ ପୁଣ୍ୟ ତିଥି ରେ ଅନୁଷ୍ଠିତ ଉକ୍ତ ଶିବିରରେ ମୋଟ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସହର ବହୁ ଯୁବକ ସ୍ଵଇଚ୍ଛାରେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , କାହ୍ନୁ ଦାସ , ଭିକି ଜେନା , ପିଣ୍ଟୁ ମିଶ୍ର , ଶୁଭମ୍ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।