ଗୋଟିଏ ନାଁ ରେ ଅନେକ ଗୁଡ଼ିଏ ବ୍ୟବସାୟ : ଜି ଏସ ଟି ଏନଫୋରସମେଣ୍ଟ ଟିମର ଚଢାଉ

0
95
ଚଢାଉ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୩୦/୧୨) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହର ରେ ଥିବା ଲାଠ ଡିଷ୍ଟ୍ରିବିଉଟର ନାମକ ବାଣିଜ୍ୟିକ ପ୍ରତିଷ୍ଠାନ ଉପରେ ସିଟି ଆଣ୍ଡ ଜିଏସଟି ଏନଫୋରସ ମେଣ୍ଟ ବିଭାଗ ତତଫରୁ ଚଢାଉ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗୋଟିଏ ନାମରେ ଅନେକ ଗୁଡ଼ିଏ ବାଣିଜ୍ୟିକ ପ୍ରତିଷ୍ଠାନ ଦୀର୍ଘ ବର୍ଷ ଧରି ଚଳାଇ ଆସୁଥିବା ବେଳେ ମାସିକ ଲକ୍ଷ, ଲକ୍ଷ ଟଙ୍କା ର ଜି ଏସ ଟି ଫାଙ୍କି ଆସୁଥିବା ନେଇ ବିଗତ ଦିନରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା । ସବିଶେଷ ତଦନ୍ତ ଚାଲିଥିବା ବେଳେ ବିଭାଗ ପକ୍ଷରୁ କିଛି ପ୍ରକାଶ କରାଯାଇ ନାହିଁ ।