ସାନଭାଇ କୁ ହତ୍ୟା କରିଥିବା ଅଭିଯୁକ୍ତ ଥାନାରୁ ଫେରାର ପୁଲିସ ବାୟା ବାତାଲ

0
175
ସାନଭାଇ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ((୩୦/୧୨) : ସାନଭାଇ କୁ ହତ୍ୟା କରିଥିବା ଓ ପୁଲିସ ଅଟକ ରଖିଥିବା ଥିବା ଅଭିଯୁକ୍ତ ଡମ୍ବୁରୁ ପୁସିକା ଥାନାରୁ ଫେରାର ପୁଲିସ ବାୟା ବାତାଲ ।

ନିୟମଗିରି ପାହାଡ ଲାମ୍ବା ଗାଁ’ରେ ଚଳିତ ୨୭ ତାରିଖ ଦିନ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏହାକୁ ରାଗ ରଖି ବଡଭାଇ ଡମ୍ବୁରୁ ପୁସିକା ସନ୍ଧ୍ୟା ସମୟରେ ସାନଭାଇ ମିନ୍ଦୁରୁକୁ ଏକ ଧାରୁଆ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିଲା । ହତ୍ୟା ପରେ ପୁଲିସକୁ ଜଣାଇଥିଲେ ମଧ୍ୟ ଘଟଣାର ପ୍ରକୃତ ତଦନ୍ତ ନକରି ଗାଁ ନିକଟକୁ ଯାଇ ଫେରି ଆସିଥିଲା । ପୁଣି ଗାଁ ଲୋକ ଆସି ଥାନାରେ ଜଣାଇବା ପରେ ହତ୍ୟାର ତିନିଦିନ ପରେ ପୁଲିସ ଲାମ୍ବା ଗାଁ’କୁ ଯାଇ ମର ଶରୀରକୁ ଜବତ କରିବାପରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

କିନ୍ତୁ ଆଜି ଉକ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିବାର ଥିଲା ଉକ୍ତ ଅଭିଯୁକ୍ତ ସୌଚାଳୟକୁ ଯିବି ବୋଲି କହି ଥାନାରୁ ଚମ୍ପଟ ମାରିଥିଲା । ଏହି ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରକୃତ ଖବର ସଂଗ୍ରହ କରିବା ପାଇଁ ଥାନାର କିଛି ଅଧିକାରୀଙ୍କୁ ପଚାରିବାରୁ ଗଣମାଧ୍ୟମକୁ ଅଧିକାରୀ ମାନେ ଅଭିଯୁକ୍ତ କୁ ମେଡିକାଲ ନିଆ ଯାଇଛି ବୋଲି ମିଛକଥା କହିଥିଲେ । ବର୍ତ୍ତମାନ ଫେରାର ଥିବା ଅଭିଯୁକ୍ତ କୁ ପୁଲିସ ଖଜୁଥିବା ଜଣାପଡିଛି । ଦେଖିବାକୁ ବାକି ରହିଲା ଅଭିଯୁକ୍ତ କୁ ଖୋଜି ପାରୁଛି କି ନାହିଁ ପୁଲିସ ।

ପ୍ରକାଶ ଥାଉକି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଚଳିତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା । ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧) କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଗତ କାଲି ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲେ । ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା । ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା ।

ସେହି ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦୁରୁ କୁ ହାଣି ହତ୍ୟା କାରିଥିଲା । ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣୀଦେବି କହି ଭୟଭୀତ କରାଇଥିଲା । କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ମା ତେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଏକ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଛି । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୁଲିସ ଯିବା ପାଇଁ ମନା କରିଥିବା ଗ୍ରାମବାସୀ କହିଛନ୍ତି । ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ମଧ୍ୟ କଷ୍ଟ କର ହୋଇଥିଲା ।

ସୂଚନା ଅନୁଯାୟୀ ଗ୍ରାମର ଲୋକମାନେ ମଧ୍ୟ ଭୟ ଭିତରେ ରହିଥିବା ଜଣା ପଡ଼ିଛି କାହିଁକି ନା ଅଭିଯୁକ୍ତ ଡମ୍ବୁ ମୋର ଫୋଟୋ କିମ୍ବା ଭିଡିଓ କିଏ କଲେ ତାଙ୍କୁ ମଧ୍ୟ ଜୀବନରେ ମାରିଦେବୀ ବୋଲି ଧମକଦେଇଥିବା ସୂଚନା ମିଳିଛି ।ଉକ୍ତ ଘଟଣା ନେଇ ଏସ ଡି ପି ଓ ଦିବ୍ୟଜ୍ୟୋତି ଦାସ ଙ୍କୁ ପଚାରିବାରୁ ମୁଁ ବ୍ୟସ୍ତ ଅଛି କିଛି ସମୟ ପରେ କଲ ବେକ କରିବି ବୋଲି ଫୋନ କାଟି ଦେଇଥିଲେ ।