ଗଜପତି ଉତ୍ସବ ପାଇନଦଳ ଯାତ୍ରା

0
127
ଗଜପତି ଉତ୍ସବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୧) : ଗଜପତି ଉତ୍ସବ ନିମନ୍ତେ କାଶୀନଗର ବ୍ଲକ ରେ ଆଜି ମଶାଲ ଶୋଭାଯାତ୍ରା ବାହାରିଥିଲା ।

ଗଜପତି ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ର ମିଳିତ ଉଦ୍ୟମ ରେ ଆସନ୍ତା ଜାନୁଆରୀ ୧୮ ରୁ ୨୨ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ଗଜପତି ଷ୍ଟାଡିୟମ ରେ ଗଜପତି ଉତ୍ସବ ଅନୁଷ୍ଠିତ ହେବ । ଏଣୁ ଗତକାଲି ଗଜପତି ଜିଲ୍ଲା ମହେନ୍ଦ୍ର ପର୍ଯ୍ୟଟନ ସ୍ଥଳୀ ରେ ଥିବା କୁନ୍ତୀ ମନ୍ଦିର ରୁ ମଶାଲ ବାହାରିଥିଲା । ସନ୍ଧ୍ୟାରେ କାଶୀନଗର ବ୍ଲକ କୁ ଏହି ମଶାଲ ଆସିଥିଲା । ଏହି ମଶାଲ କୁ ବ୍ଲକ ପ୍ରଶାସନ ତାରଫରୁ ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି, ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ୍ୟ ଶ୍ରୀ ରଘୁରାମ ସାହୁ, କାଉନ ସିଲର ଶ୍ରୀ କାଟିକି ରାମରାଓ, ଯୁବ ନେତା ଏମ ଚିନୁ, ସାମ୍ବାଦିକ ମନେ ମଶାଲ କୁ ନେଇ କାଶୀନଗର ସହର ପରିକ୍ରମା କରି ଜନ ସଚେତନ ସୃଷ୍ଟି କରିଥିଲେ ।ଆସନ୍ତା ୯ ଓ ୧୦ ରେ ବାରଣାସୀ ଉତ୍ସବ କାଶୀନଗର ବାରଣାସୀ ହାଇସ୍କୁଲ ପଡିଆ ରେ ଅନୁଷ୍ଠିତ ହେବ ।