ଜିଆଇଇଟି ବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ଶିବିର ଉଦଘାଟିତ 

0
204
ଜିଆଇଇଟି ବିଶ୍ୱ ବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ 
ଗୁଣୁପୁର, (୬/୧) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତ ରେଗଡ଼ା ଗ୍ରାମରେ ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି ।WhatsApp Image 2023 01 06 at 19.55.03 ଜିଆଇଇଟି ବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ଶିବିର ଉଦଘାଟିତ 

ଜିଆଇଇଟି ବିଶ୍ୱ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ଶିବିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ର ଶୁଭ ଉଦ୍ଘାଟନ କରି ଏହିଭଳି କାଯ୍ୟକ୍ରମରେ ଇଞ୍ଜିନିୟରିଂ ଛାତ୍ରମାନେ ଅଂଶଗ୍ରହଣ କରିଥିବାରୁ ମୁଁ ବହୁତ ଆନନ୍ଦିତ । ଏହି ସ୍ଵେଚ୍ଛାସେବୀ ମାନେ ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ କୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ସମସ୍ୟାର ସମାଧାନ ଦିଗରେ ଆଗକୁ ଆସିବା ପାଇଁ ପ୍ରବର୍ତ୍ତାଇଥିଲେ । ସମ୍ମାନନୀୟ ଅତିଥି ଭାବେ ରେଗଡ଼ା ସରପଞ୍ଚ ଶ୍ରୀ ଜୁଗୁଲୁ ଶବର ଯୋଗ ଦେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିଜ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବାରୁ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଥିଲେ ।

ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଶଶୀ ଭୂଷଣ ମହାନ୍ତି ଯୋଗ ଦେଇ ସେବା ଯୋଜନାର ଆଭିମୁଖ୍ୟ ବିଷୟରେ କହିଥିଲେ । ବିଶ୍ୱବିଦ୍ୟାଳୟର ଡ଼ିନ ଏକାଡେ଼ମୀ ଡ଼ଃ ଏ ଭି ଏନ ଏ ଲ ଶର୍ମା ,ପରୀକ୍ଷା ନିରୀକ୍ଷକ ପି ବିଜୟ କୁମାର ମଞ୍ଚସିନ ଥିଲେ। କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ଏହି ସାତ ଦିନରେ ଅନୁଷ୍ଟିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପିକା ଘନିଷ୍ଠା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ ।

ସେହିପରି ଅନୁରୁପ ଭାବେ ନରସିଂହମୁଣ୍ଡା ଗ୍ରାମରେ ସେବା ଯୋଜନାର ୟୁନିଟ ୨(ମହିଳା) ବିଭାଗ ପକ୍ଷରୁ ମଧ୍ୟ ଏହି ଶୀତକାଳୀନ ଶିବିର ଉଦଘାଟିତ ହୋଇଥିଲା । ଏହିରେ ଶିବିରକୁ କାର୍ଯ୍ୟକ୍ରମ ଅଧିକାରୀ ରଶ୍ମି ପ୍ରଭା ମହାରଣା ପରିଚଳନା କରିଥିଲେ । ଏହି ଦୁଇଟି ଶିବିରରେ ବିଶ୍ୱ ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଭାଗ ନେଇଥିଲେ ।