ବାରଣାସୀ ଉତ୍ସବ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

0
143
ବାରଣାସୀ ଉତ୍ସବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୧) : ଆସନ୍ତା ୯ ଓ ୧୦ ତାରିଖ ରେ ବ୍ଲକ ଓ ଏନ ଏ ସି ପ୍ରଶାସନ ତାରଫରୁ ବାରଣାସୀ ଉତ୍ସବ ଅନୁଷ୍ଠିତ ହେବ ।

ବାରଣାସୀ ଉତ୍ସବ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ । ଏଣୁ ଗତ ୭ ତାରିଖରେ ଭଲି ବଲ ଓ କବାଡି ଖେଳ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଚାୟତ ରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ ଏହି କ୍ରୀଡା କୁ ଉଦଘାଟନ କରିଥିଲେ । ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି, ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ମହାରଣା, ସରପଞ୍ଚ ଶ୍ରୀ ଅଖିଳ ପାତ୍ର, ସଞ୍ଜୟ ମିଶ୍ର, ଗୋପାଳ ଗମାଙ୍ଗ, ବି ଇ ଓ ଶ୍ରୀ ଆଦିକନ୍ଦ ଗମାଙ୍ଗ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି, ଜିଆରଏସ ଗଣ, ବିପିଏମ ଶ୍ରୀ ସମୀର ପାଢ଼ୀ, ଏହି ଉଦ୍ଘାଟନୀ ଉତ୍ସବ ରେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ସନ୍ଧ୍ୟା ରେ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ଶ୍ରୀ ତାଣ୍ଡି ଆୟୋଜନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ, ଶ୍ରୀମତୀ ସୁଧାରାଣୀ, ଶ୍ରୀ ରଘୁରାମ ସାହୁ, ଥାନା ଅଧିକାରୀ, ଅଗ୍ନିଶମ ବିଭାଗ, ଯୋଗାଣ, ଶିକ୍ଷା ସ୍ୱାସ୍ଥ୍ୟ, ଓ ବିଭିନ୍ନ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ, କାଉନ ସିଲର ଶ୍ରୀ କାଟିକି ରାମରାଓ, ସାମ୍ବାଦିକ ଶ୍ରୀ ପ୍ରଶାନ୍ତ ମିଶ୍ର, ହୃଷିକେଶ ଗୌଡ଼, ରାଜେଶ ମିଶାଲ, ରାଜେଶ ପଟନାୟକ, ମୋନଜ ଚୌଧୁରୀ, ଆନନ୍ଦ ପାତ୍ର, ଶିକ୍ଷକ ନେତା ଜଗଦୀଶ ପାତ୍ର ଯୋଗ ଦେଇଥିଲେ । ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ଦିଆଯାଇ ଯେଭଳି ଶାନ୍ତି ଶୃଙ୍ଖଳା ରେ ବାରଣାସୀ ଉତ୍ସବ ଟି ହେବ ସେନେଇ ସମସ୍ତ ଙ୍କ ସହଯୋଗ କାମନା କରାଯାଇଥିଲା ।