ଝାରସୁଗୁଡା ଠାରେ ପର୍ଶୁରାମ ମନ୍ଦିର ପ୍ରତିଷ୍ଠା : ସୋନପୁର ରୁ ଝାରସୁଗୁଡା ଯିବ ପର୍ଶୁରାମ ମାଟି

0
132
ଝାରସୁଗୁଡା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୦୮ /୦୧) : ଝାରସୁଗୁଡା ଠାରେ ପର୍ଶୁରାମ ମନ୍ଦିର ପ୍ରତିଷ୍ଠା । ସୋନପୁର କୁ ପର୍ଶୁରାମ ମାଟିର ସହର କୁହାଯାଏ । ଏଠାରେ ପ୍ରଭୁ ପର୍ଶୁରାମ ଯଜ୍ଞ ସମାପନ କରି ମାତା ରେଣୁକାଙ୍କୁ ପ୍ରତିଷ୍ଠା କରିଥିଲେ ।WhatsApp Image 2023 01 09 at 20.17.37 ଝାରସୁଗୁଡା ଠାରେ ପର୍ଶୁରାମ ମନ୍ଦିର ପ୍ରତିଷ୍ଠା : ସୋନପୁର ରୁ ଝାରସୁଗୁଡା ଯିବ ପର୍ଶୁରାମ ମାଟି

ମାତା ରେଣୁକା ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀ ରୂପରେ ପୂଜା ପାଉଛନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସୋନପୁର ରୁ ମାଟି ଯିବ । ଆସନ୍ତା ଫେବ୍ରୁଆରୀ ୭ ତାରିଖରେ ପବିତ୍ର ପର୍ଶୁରାମ ମାଟି, ମା ସୁରେଶ୍ୱରୀଙ୍କ ଆଜ୍ଞାମାଳ ଏବଂ ତ୍ରିବେଣୀ ସଙ୍ଗମର ପବିତ୍ର ଜଳ ମନ୍ଦିର ପ୍ରତିଷ୍ଠା ପାଇଁ ଝାରସୁଗୁଡା ଯିବ । ଏ ନେଇ ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠା କମିଟିର ଏକ ପ୍ରତିନିଧି ଦଳ ରବିବାର ସୋନପୁର ଗସ୍ତ କରି ମା ସୁରେଶ୍ୱରୀଙ୍କୁ ଦର୍ଶନ ପୂର୍ବକ ବ୍ରାହ୍ମଣ ସମାଜ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ।

ଆସନ୍ତା ୭ ତାରିଖ ପ୍ରାତଃ ସମୟରେ ମାଟି ବିଜେ ପାଇଁ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି । ଫେବ୍ରୁଆରୀ ୭ରୁ ୧୦ ଯାଏଁ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜିଲ୍ଲା ବ୍ରାହ୍ମଣ ସମାଜର କର୍ମକର୍ତ୍ତାଙ୍କୁ ଝାରସୁଗୁଡା ବ୍ରାହ୍ଣଣ ସମାଜ ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ଝାରସୁଗୁଡାଜିଲ୍ଲା ବ୍ରାହ୍ଣଣ ସମାଜର ସମ୍ପାଦକ ହିମାଂଶୁ ଶେଖର ବଡପଣ୍ଡା, ସହ ସମ୍ପାଦକ ରାଜେଶ ପାଢୀଙ୍କ ସହ ଶୁଭେନ୍ଦୁ ଦାଶ, ବିବେକାନନ୍ଦ ମିଶ୍ର, ଅଜୟ ଶର୍ମା ପ୍ରମୁଖ ସୋନପୁର ଆସି ଆଲୋଚନା କରିଛନ୍ତି । ସୋନପୁର ଜିଲ୍ଲା ବ୍ରାହ୍ମଣ ସମାଜର ବରିଷ୍ଠ ସଭ୍ୟ ଶ୍ୟାମାଓଁ ପ୍ରସାଦ ମିଶ୍ର, ସଚିଦାନନ୍ଦ ଦାଶ, ରାଧେଶ୍ୟାମ ପୁରୋହିତ, ପିତାମ୍ବର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।