ଭିଜିଲାନ୍ସ ପଞ୍ଝାରେ ପଡ଼ିଗଲେ ରେଞ୍ଜ୍ ଅଫିସର

0
99
ଭିଜିଲାନ୍ସ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୧/୦୧) : ଭିଜିଲାନ୍ସ ପଞ୍ଝାରେ ପଡ଼ିଗଲେ ପୁଣି ଜଣେ ସରକାରୀ ବାବୁ । ଅଧିକାରୀଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଫରେଷ୍ଟ ରେଞ୍ଜ୍ ଅଫିସର ସଂଗ୍ରାମ ମଣିହିରା ।

ଭିଜିଲାନ୍ସ ପଞ୍ଝାରେ ପଡ଼ିଗଲେ ରେଞ୍ଜ୍ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ସମ୍ବଲପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ର ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ସେଥି ମଧ୍ୟରୁ ସମ୍ବଲପୁରର ବୁର୍ଲାରେ ଥିବା ସଂଗ୍ରାମ ମଣିହିରାଙ୍କ ତିନି ମହଲା ଘର, ବଲାଙ୍ଗୀର ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ତା’ସହ ବଲାଙ୍ଗୀର, ସୁନ୍ଦରଗଡ଼ ର କିଛି ଠିକଣା ରେ ଏକକାଳୀନ ହୋଇଛି ଚଢ଼ାଉ ।

ଚଢ଼ାଉରେ ୫ ଡିଏସ୍‌ପି, ୮ ଇନ୍ସପେକ୍ଟର, ୨ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି । ତେବେ ଚଢ଼ାଉ ବେଳେ କ’ଣ ଜବତ ହୋଇଛି ସେ ନେଇ ସଠିକ ଭାବେ କିଛି ଜଣାପଡ଼ିନି । ଚଢ଼ାଉ ବେଳେ ନିଜ ସୁନ୍ଦରଗଡ଼ ସ୍ଥିତ ଘରେ ଉପସ୍ଥିତ ଥିବା ରେଞ୍ଜର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରିକି ତାଙ୍କର ସେପରି କିଛି ସମ୍ପତ୍ତି ନ ଥିବା କହିଛନ୍ତି ରେଞ୍ଜର ।