ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅମ୍ଳାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
104
ହରିଣାପାଲି

ରିପୋର୍ଟ : ରାଜେଶ କୁମାର ବାଘ
ଉଲୁଣ୍ଡା, (୧୦/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଏ କ୍ଲଷ୍ଟର ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ରକ୍ତହୀନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ପଧାନ ରକ୍ତ ହୀନତା ବିଷୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ । ତାପରେ କୋଟସମାଳାଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ରତ୍ନାବତୀ ମାହନ୍ତ ଓ ହରିଣାପାଲି ଗ୍ରାମ ର ଆଶାକର୍ମୀ ଶ୍ରୀମତୀ ରଶ୍ମିତା ପୁଝାହାରି ଛାତ୍ର ଛାତ୍ରୀ ମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରିଥିଲେ । ସଭା ସଞ୍ଚାଳନ କରିଥିଲେ ଶିକ୍ଷକ ମକୁନ୍ଦ ଧରୁଆ, ଧନ୍ୟବାଦ ଦେଇଥିଲେ ଶିକ୍ଷକ ଜନ୍ମେଜୟ ବିଶି । ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।