ହକି ବିଶ୍ଵକପ ସଚେତନତା ରଥକୁ ବିନିକାରେ ବିପୁଳ ସମ୍ବର୍ଦ୍ଧନା

0
125
ହକି ବିଶ୍ଵକପ ସଚେତନତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୧) : ୧୩ ତାରିଖରୁ ରାଜ୍ୟର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ବିଶ୍ୱ ସ୍ତରୀୟ ହକି ମହାକୁମ୍ଭ ଅବସରରେ ହକି ଖେଳରେ ଭାଗ ନେଇଥବା ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ହକି ଖେଳର ବାର୍ତା ପହଞ୍ଚାଇବା ପାଇଁ ଗତ ଦୁଇଦିନ ଧରି ଘୁରୁଥିବା ହକି ବିଶ୍ଵକପ ସଚେତନତା ରଥକୁ ବିନିକାର ବିଭିନ୍ନ ସ୍ଥାନରେ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଛି ।

ଆଜି ବିନିକା ଏନଏସି ପରିସରରେ ଅନୁଷ୍ଠିତ ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ବିଡ଼ିଓ ବ୍ୟାସଦେବ ବେହେରା ଯୋଗଦେଇ ହକି ବିଶ୍ଵକପ ପୋଷାକ ପରିଧାନ କରି ହକି ବିଶ୍ଵକପ ସଚେତନତା ରଥ କୁ ସ୍ୱାଗତ କରିବା ସହିତ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ଜୟମା ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ସମସ୍ତ ହକି ପୋଷାକ ବିତରଣ କରାଯାଇଥିଲା ।

ପରେ ଅତିଥି ମାନେ ରଥକୁ ସ୍ଵାଗତ ଜଣାଇବା ପରେ ଏକ ବିରାଟ ଶୋଭାଯାତ୍ରାରେ ରଥ ସାରା ସହର ପରିକ୍ରମା କରିଥିଲା । ପରିକ୍ରମା ବେଳେ ଏବଂ ଆଇ ଏଚ ଓଡ଼ିଶା ହକି, ଜିତେଗା ରେ ଭାଇ ଇଣ୍ଡିଆ ୱାଲଡ କପ ହକି ଜିତେଗା ଆଦି ଧ୍ୱନିରେ କମ୍ପି ଉଠିଥିଲା । ଅନୁଷ୍ଠିତ ଶୋଭାଯାତ୍ରାରେ, ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର, ସୁଧାଂଶୁ ଶେଖର ଦାଶଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, କ୍ରୀଡାବିତ, ଖେଳାଳି, ସଚେତନ ନାଗରିକ, ଅଞ୍ଚଳର ବହୁ ଜନସାଧାରଣ ସାମିଲ ହୋଇଥିଲେ ।