ସୁନା ଗହଣା ଚୋରୀକରି ଫେରାର ଯୁବକକୁ କାବୁକଲେ ଗ୍ରାମବାସୀ

0
261
ସୁନା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ର ଚାଳୁଣୀଗୁଡା ଗ୍ରାମର ଲାଚିମି ମିଣିଆକା କପା କାଢି ଫେରୁଥିବା ସମୟରେ ମଟର ସାଇକେଲ ଯାଉଥିବା ଦୁର୍ବୁତ୍ତ ଯୁବକ ସୁନା ଗହଣା ଲୁଟି ଚମ୍ପଟ କରୁଥିବା ବେଳକୁ କନ୍ଧକାତିପାଡୁ ପଞ୍ଚାୟତର ହୋମିୟଗୁଡା ଗ୍ରାମ ନିକଟରେ ସୁନା ଗହଣା ଚୋରୀ କରି ଫେରାର ଯୁବକକୁ ଗ୍ରାମବାସୀ କାବୁ କରିଥିବା ଜଣାପଡିଛି ।WhatsApp Image 2023 01 16 at 09.13.40 ସୁନା ଗହଣା ଚୋରୀକରି ଫେରାର ଯୁବକକୁ କାବୁକଲେ ଗ୍ରାମବାସୀ

ଖବର ଅନୁଯାୟୀ ଆଜି ପୋଲମା ପଞ୍ଚାୟତର ଚାଲୁଣିଗୁଡା ଗାଁ’ର ଲାଛିମି ମିଣିଆକା (୫୫) କପା କାଢି ପୋଲମା ରାସ୍ତା ଦେଇ ଫେରୁଥିବା ବେଳେ ଚାଲୁଣିଗୁଡା ଗ୍ରାମ ନିକଟରେ ଏକ ଯୁବକ ବାଇକ୍ ରେ ଆସି ଉକ୍ତ ମହିଳାଙ୍କୁ ମାଡ ମାରି ପିନ୍ଧିଥିବା ସୁନା ଗହଣା ଝିକି ନେଇ ଫେରାର ହୋଇଯାଇଥିଲେ । ଆହତ ମହିଳା ଗ୍ରାମକୁ ଯାଇ ସମସ୍ତ ବିଷୟରେ କହିଥିଲେ । ଗ୍ରାମର ଲୋକମାନେ ମହିଳା ଙ୍କ କଥା ଶୁଣି ହୋମିୟଗୁଡା ଗାଁ କୁ ଯୋଗାଯୋଗ କରିଥିଲେ । ଏହାପରେ ଗ୍ରାମବାସୀ ମିଳିତ ହୋଇ ହୋମିୟଗୁଡା ଦେଇ ଯାଉଥିବା ବାଇକ ଗୁଡିକୁ ଅଟକ ରଖିଥିଲେ। । ଉକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରିବାରୁ ପାଟି ଖୋଲିନଥିବା ଗ୍ରାମବାସୀ କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ଥାନା କୁ ଯୋଗାଯୋଗ କରିଥିଲେ କିନ୍ତୁ ଖବର ଲେଖିବା ପଯ୍ୟନ୍ତ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ନଥିବା କାନ୍ଦୁରୁ ୱାଡାକା ସୂଚନା ଦେଇଛନ୍ତି ।