କଲ୍ୟାଣସିଂହପୁର ପୁଲିସ କୁ ବଡ଼ ସଫଳତା

0
188
କଲ୍ୟାଣସିଂହପୁର ପୁଲିସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୮) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ରାସନ ଦୋକାନରୁ ଯୁବକ କରନ କୌଶଲ୍ୟା ଚୋରି କରିଥିବା ମାମଲାରେ କେସ ନମ୍ବର ୬୭/ ୯.୮.୨୨ ଦଫା ୪୫୭/୩୮୦ ଆଇପିସି ରୁଜ୍ଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା କଲ୍ୟାଣସିଂହପୁର ପୁଲିସ ଏସ ଡି ପି ଓ ଦିବ୍ୟଜ୍ୟୋତି ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଥାନା ଠାରୁ ଏକ ଶହ ଦୁରତାରେ ଥିବା (ପ୍ରଫୁଲ୍ଲ ପାଢ଼ୀ) ଟୁନୁ ରାସନ ଦୋକାନରୁ ସୋମବାର ରାତ୍ର ୧.୩୦ ମିନିଟ ସମୟରେ ବଡଦ୍ୱାର ସାହି ର ସୁନ୍ଦର କୌଶଲ୍ୟା ଙ୍କ ସାନ ପୁଅ କରନ କୌଶଲ୍ୟା ପ୍ରଥମେ ଦୋକାନ ବାହାରେ ଲାଗିଥିବା କରେଣ୍ଟ ବଲପ ବାହାର କରିଦେଇଥିଲା ଅନ୍ଧାର ହେବାରୁ ଧରିଥିବା ହାତୁଡି ସାହାଯ୍ୟରେ ତାଲା ଭାଙ୍ଗି ଦୋକାନ ଭିତରେ ପଶି ବ୍ୟାଗରେ ରଖିଥିବା ଟଙ୍କା ମୁଣା ଧରିବା ସହ ଟଙ୍କା ରଖିଥିବା ପେଢିରୁ ମଧ୍ୟ ଟଙ୍କା ଧରି ଗାଁ ବଡଦ୍ୱାର ସାହି ଯିବା ନାଗାବଳୀ ନଦୀରେ ହାତୁଡି ଫିଙ୍ଗି ଦେଇଥିଲା । ଚୋର ପାଖରୁ ୪୮ ହଜାର ୨୦ ଟଙ୍କା ଜବତ କରିବା ବେଳେ ସେ ଏକ ହଜାର ଟଙ୍କା ଖର୍ଚ୍ଚ କରିଥିବା ପୁଲିସ କୁ କହିଥିବା କଲ୍ୟାଣସିଂହପୁର ପୁଲିସ ଏସ ଡିପିଓ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ମଙ୍ଗଳବାର ସକାଳୁ ଦୋକାନ ଖୋଲିବା ପାଇଁ ଆସିବା ବେଳେ ତାଲା ଭାଙ୍ଗି ପଡିଥିବା ଭାଇ ଶିବ ପାଢୀ ଦେଖି ଘରକୁ ସୂଚନା ଦେଇଥିଲେ । ଏହି ଖବର ପାଇ ଦୋକାନୀ ମାଲିକ ଆସି ଦୋକାନ କୁ ଦେଖି ୫୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲା କୁ ଭିତ୍ତି କରି ରାୟଗଡ଼ାରୁ ସାଇଣ୍ଟିପିକ୍ ଆସିଷ୍ଟାଣ୍ଡ କିଶୋର ଦୀପ, ଅନୁସନ୍ଧାନୀ କୁକୁର ମାଷ୍ଟର ପ୍ରଦୀପ ବାରିକ, ଫିଙ୍ଗର ପ୍ରିଣ୍ଟ ଅଧିକାରୀ ରଘୁନାଥ ପାତ୍ର ଙ୍କ ସମେତ ସ୍ଥାନୀୟ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଙ୍କ ପୁଲିସ ଦଳ ପ୍ରମୁଖ ଉପସ୍ଥିତ ରହି ସିସି ଟିଭି ଫୁଟେଜ ଦେଖି ତଦନ୍ତ ଆରମ୍ଭ କରିଥିଲେ ।

ସିସି ଟିଭି ଫୁଟେଜ କୁ ଆଧାର କରି ପୁଲିସ ସନ୍ଦେହରେ କରନ କୁ ଅଟକ ରଖିଛି ପଚାର ଉଚରା କରିଥିଲେ । ଉକ୍ତ ଯୁବକ ଠାରୁ ସମସ୍ତ ତଥ୍ୟ ଜାଣିବା ପରେ ପୁଲିସ ଆସମୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ ପୁଲିସ ପେଟ୍ରୋଲିଙ୍ଗକୁ କଡ଼ାକଡି କରିବାକୁ ଅଞ୍ଚଳବାସୀ ଙ୍କ ଦାବି ହେଉଛି ।