ଦର୍ଶକ ଙ୍କ ମନମୋହିଲା ମାହାରୀ ନୃତ୍ୟ : ସୁବର୍ଣ୍ଣ ଲୋକମହୋତ୍ସବ ର ତୃତୀୟ ସନ୍ଧ୍ୟା

0
141
ଦର୍ଶକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୧) : ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ଙ୍କ ମନମୋହିଲା ସୁବର୍ଣ୍ଣପୁର ସଂଗୀତ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇଥିବା ମାହାରୀ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ।WhatsApp Image 2023 01 17 at 12.42.32 1 ଦର୍ଶକ ଙ୍କ ମନମୋହିଲା ମାହାରୀ ନୃତ୍ୟ : ସୁବର୍ଣ୍ଣ ଲୋକମହୋତ୍ସବ ର ତୃତୀୟ ସନ୍ଧ୍ୟା

ଦର୍ଶକ ଙ୍କ ମନମୋହିଲା ମାହାରୀ ନୃତ୍ୟ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ସ୍ଥାନୀୟ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣାଢ୍ୟ ପରିବେଶ ରେ ଆୟୋଜିତ ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗ ଦେଇ ଜିଲ୍ଲା ତଥା ଓଡ଼ିଶା ର ବିକାଶ କଥା କହି ହକି ଓ ସୁବର୍ଣ୍ଣ ମହୋତ୍ସବ ର ଆୟୋଜନ ରେ ଆମ ଜିଲ୍ଲା ଓଡ଼ିଶା ରେ ରେକର୍ଡ ସୃଷ୍ଟି କରିବ ବୋଲି ମତ ରଖିଥିଲେ ।

ସମ୍ମାନୀତ ଅତିଥି ଭାବରେ ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ତରଭା ଏନ ଏ ସି ପୌରାଧ୍ୟକ୍ଷା ବନ୍ଦିତା ନାୟକ, ବିନିକା ପୌରାଧ୍ୟକ୍ଷ ସୁବାଷ ଭୋଇ ଯୋଗ ଦେଇ ସୁବର୍ଣ୍ଣପୁର ରେ ଆୟୋଜିତ ଏହି ମହୋତ୍ସବ ପଡିଆ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରୁ କିଛି କମ ନୁହେଁ ବୋଲି ପ୍ରଶାସନ କୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହାର ଭିତ୍ତିଭୂମି, ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ର ସବୁ ବିଭାଗ, ଜନସାଧାରଣ ଙ୍କ ପୂର୍ଣ୍ଣ ସହଯୋଗ ଜରୁରୀ ବୋଲି ମତ ରଖିଥିଲେ ପୁରୀ ର ଗୋଟି ପୁଅ ନୃତ୍ୟ, କନ୍ଧମାଳ ର ଆଦିବାସୀ ନାଚ, ରାୟଗଡା ଢେମସା, ସମ୍ବଲପୁର ରଙ୍ଗ ଫରୁଆ, ବରଗଡ କଳାଜିବୀ,ବଲାଙ୍ଗୀର ର ଘୁଡ଼କା, ଡୁଙ୍ଗୁରିପାଲି, ବିନିକା, ତରଭା ବ୍ଲକ କଳାକାର ଙ୍କ ସମ୍ବଲପୁରୀ ନାଚ ଗୀତ ରେ ବିଳମ୍ବିତ ରାତି ଯାଏଁ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ ।

ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ- ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବିଡ଼ିଓ ସୋମ୍ୟ ରଞ୍ଜନ ସ୍ୱାଇଁ, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ବିଭାଗର ଦୁଃଖିଶ୍ୟାମ ସେଠୀ ଓ ସାଂସ୍କୃତିକ କମିଟି ର ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ଲଡ଼ୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ନିରାକାର ଦେହେରୀ ପ୍ରମୁଖ ସମସ୍ତ ସଦସ୍ୟ ଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ କୁ ସଫଳ କରାଯାଇଛି । ସଭା କୁ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମାନଭଞ୍ଜନ ମିଶ୍ର, ଅଙ୍କିତା ରାୟଗୁରୁ, ଜିତେନ୍ଦ୍ର ହୋତା ପ୍ରମୁଖ ପରିଚାଳନା କରିଥିଲେ ।