ସୁବର୍ଣ୍ଣପୁର ରେ ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ : ଟ୍ରଫି କୁ ଦେଖିବା ପାଇଁ ପ୍ରବଳ ଜନସମାଗମ 

0
187
ସୁବର୍ଣ୍ଣପୁର ରେ ହକି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୦୪/୦୧) : ସୁବର୍ଣ୍ଣପୁର ରେ ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ । ଚଳିତ ପୁରୁଷ ବିଶ୍ୱ ହକି ମହାକୁମ୍ଭ ଆସନ୍ତା ୧୩ ତାରିଖ ରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହେବାକୁ ଯାଉଅଛି ।WhatsApp Image 2023 01 03 at 19.28.35 ସୁବର୍ଣ୍ଣପୁର ରେ ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ : ଟ୍ରଫି କୁ ଦେଖିବା ପାଇଁ ପ୍ରବଳ ଜନସମାଗମ 

ସୁବର୍ଣ୍ଣପୁର ରେ ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ । ଏଥି ପାଇଁ ସାରାରାଜ୍ୟରେ ହକିର ଉତ୍ସବ । ପଲ୍ଲୀ ରୁ ସହର ସବୁଠି ହକି କ୍ରେଜ । ବିଶ୍ଵହକି ଖେଳ ଉଦଘାଟନ ହେବା ଆଗରୁ ହକି ବିଶ୍ୱକପ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମଣ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ହକି ବିଶ୍ୱକପ ଟ୍ରଫି କୁ ସୁବର୍ଣ୍ଣପୁର ଜିଲ୍ଳା ରେ ଉତ୍ସାହ ଉଦ୍ଦୀପନା ସହ ବିପୁଳ ଜନସମାଗମରେ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ବୌଦ୍ଧ ଜିଲ୍ଲାରୁ ହକି ବିଶ୍ୱକପ ଟ୍ରଫି ଆସି ସୁବର୍ଣ୍ଣପୁର ଜିଲ୍ଲାର ତେଲନଦୀ ବ୍ରିଜ ଠାରେ ପ୍ରବେଶ କରିଥିଲା ।

ସେଠାରେ ଟ୍ରାଫିକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସୁପାର ଠେଲା, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ ନିଶିପୁନମ ମିଞ୍ଜ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ପୌରାଧକ୍ଷା ସୋନପୁର ମ୍ୟୁନିସିପାଲିଟି ତାମସୀ ତମସ୍ମିତା ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସମସ୍ତ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ସ୍ଥାନୀୟ ନେତୃବୃନ୍ଦ, ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲା ତଥା ସହରର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଙ୍କ ବିରାଟ ଜନ ସମାବେଶରେ ଭବ୍ୟ ସ୍ୱାଗତ କରାଯିବା ପରେ ସାଂସ୍କୃତିକ ଶୋଭାଯାତ୍ରା ଓ ଜନସାଧାରଣ, ଛାତ୍ର ଛାତ୍ରୀଙ୍କ ବିଶାଳ ପଟୁଆରରେ ସହର ପରିକ୍ରମା କରାଯାଇଥିଲା ।WhatsApp Image 2023 01 03 at 19.28.34 ସୁବର୍ଣ୍ଣପୁର ରେ ହକି ବିଶ୍ୱକପ ଟ୍ରଫି କୁ ଭବ୍ୟ ସ୍ୱାଗତ : ଟ୍ରଫି କୁ ଦେଖିବା ପାଇଁ ପ୍ରବଳ ଜନସମାଗମ 

ଏହି ହକି ଟ୍ରଫି କୁ ସହରର ବିଭିନ୍ନ ଛକ ରେ ସ୍ୱାଗତ କରାଯିବା ସହ ଶୋଭାଯାତ୍ରା ପୂର୍ବକ ପାର୍କ ଛକ, ନଳିନୀ ଛକ, ବିଜୁ ପଟ୍ଟନାୟକ ଛକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକ, କସ୍ତୁରୀ ହୋଟେଲ ଛକ, ପର୍ଶୁରାମ ଛକ, କଚେରୀ ଛକ, ଆମ୍ବେଦକର ଛକ, ବ୍ଲକ ଛକ ରାସ୍ତାରେ ବୁଢାରଜା ଛକ ଓ ଶେଷରେ ମହାନଦୀ ବ୍ରିଜ ଛକରେ ପହଂଚି ଥିଲା ।ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନ, ଜନପ୍ରତିନିଧି, ସ୍କୁଲ ଓ ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନ, ବରିଷ୍ଠ ନାଗରିକ, ସାମ୍ବାଦିକ, ଜିଲ୍ଲାର ଜନସାଧାରଣ ପ୍ରମୁଖ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାମିଲ ରହିଥିଲେ ।

ହକି ବିଶ୍ୱକପ ଟ୍ରଫି ମହାନଦୀ ଛକ ରେ ପହଁଚିଲା ପରେ ସେଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାର ପ୍ରତିଭାବାନ କୁନି ସନ୍ତରଣକାରୀ ଜଳପରୀ ରାଧାରାଣୀ ରାଜେଶ୍ବରୀ ସେଠୀଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ମହାନଦୀ ବ୍ରିଜ ରେ ଟ୍ରଫି କୁ ଶୋଭାଯାତ୍ରା ରେ ନିଆଯାଇ ସୁ ସ୍ୱାଗତ ସନ୍ତକ ସ୍ୱରୂପ ନୀଳ ଆକାଶକୁ ରଙ୍ଗ ବେରଙ୍ଗ ର ବେଲୁନ ଛଡାଯାଇ ହକି ଖେଳର ମହନୀୟତା କୁ ପ୍ରଦର୍ଶନ କରାଯାଇଥିଲା ।