ପେଟ ପୁରା ଖାଦ୍ୟ ନ ମିଳିବାରୁ ହଷ୍ଟେଲ ଛାଡିଲେ ୪୦ ଛାତ୍ର

0
101

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୦/୦୧) : ପେଟ ପୁରା ଖାଦ୍ୟ ନ ମିଳିବାରୁ ଅସନ୍ତୋଷ ହୋଇ ଛାତ୍ରବାସ ଛାଡିଲେ ବୈପାରୀଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪୦ ଛାତ୍ର ।

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଏକ ବିକଳ ଆଉ ଚିତ୍ର ସାମ୍ନାକୁ ଆସିଛି । ବୈପାରିଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ଛାତ୍ର ମାନେ ପେଟ ପୁରା ଖାଇବାକୁ ନପାଇ ହଷ୍ଟେଲ ଛାଡ଼ି ଚାଲିଯାଇ ଥିବା ଘଟଣା ଏବେ ବୈପାରୀଗୁଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରକାର ଶିକ୍ଷାର ଉନ୍ନତି ନିମନ୍ତେ କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି । ସବୁ ସ୍କୁଲ୍ କାନ୍ଥରେ ଲେଖା ଅଛି ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ ହେଉଛି କୋଟି କୋଟି ଟଙ୍କା ।

କିନ୍ତୁ ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି ବୈପାରିଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ଛାତ୍ରାବାସର ୪୦ ଜଣ ଛାତ୍ର । ହଷ୍ଟେଲରୁ ଚାଲିଚାଲି ଯାଉଥିବା ଅବସ୍ଥାରେ ଦେଖି ପାଖ ଗାଁ’ର କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ । ପରେ ସେହି ଛାତ୍ରମାନେ ନିଜ ନିଜ ଘରକୁ ଚାଲି ଯାଇଛନ୍ତି । ଏହା ପୂର୍ବରୁ ବୈପାରୀଗୁଡା ଅଞ୍ଚଳରେ ପିଲାଙ୍କୁ ଖାଦ୍ୟ ଠିକ ସେ ନ ମିଳିବା ଘଟଣା ବହୁବାର ଘଟିଛି କିନ୍ତୁ ଦେଖିବାକୁ ବାକି ରହିଲା ଛାତ୍ରାବାସରେ ପେଟପୁରା ଖାଦ୍ୟ ନ ମିଳିବା ବିଷୟକୁ ଶିକ୍ଷା ବିଭାଗ କେତେ ଗୁରୁତ୍ୱର ତଦନ୍ତ କରୁଛି ନା ଏହି ଘଟଣାକୁ ଅଣଦେଖା କରୁଛି ।