୩ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି

0
157
୩ ପୋଲିସ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୦/୦୧) : ଗଞ୍ଜେଇ କାରବାରରେ ପୋଲିସ । ୩ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି । ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କ ସମେତ ୨ କନଷ୍ଟେବଳ ନିଲମ୍ବିତ ହୋଇଥିବା ସୂଚନା ।

୩ ପୋଲିସ୍ କର୍ମଚାରୀଙ୍କୁ ନିଲମ୍ବନ କଲେ ବୌଦ୍ଧ ଏସ୍‌ପି । ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ନିଲମ୍ବିତ ହୋଇଥିବା ବେଳେ ୨ କନଷ୍ଟେବଲ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ବାର୍ଟର୍ସରେ ଗଞ୍ଜେଇ ରଖିଥିବା ନେଇ ଏମାନଙ୍କ ନାମରେ ଅଭିଯୋଗ ଆସିଛି । ଦୁଇଜଣ ଗଂଜେଇ ବ୍ୟବସାୟୀଙ୍କୁ ଧରି ଛାଡିଦେଇଥିବା ଅଭିଯୋଗରେ ଜଣେ ଫାଣ୍ଡି ଅଧିକାରୀ ଓ ଦୁଇଜଣ କନେଷ୍ଠବଳଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନା ନିଳମ୍ବିତ କରିଛନ୍ତି ।

ସୂଚନା ଅନୁଯାୟୀ ଗତ ୧୬ ତାରିଖ ଦିନ ବଡଗୋଛାପଡା ଗ୍ରାମର ଚନ୍ଦନ ପ୍ରଧାନ ଓ ସରଜିତ ମଲ୍ଲିକ ଏକ ମଟରସାଇକେଲ ଯୋଗେ ଗଂଜେଇ ଚାଲାଣ କରୁଥିବାବେଳେ ବେରେଡାବାଡି ଛକ ନିକଟରୁ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ ଓ ଦୁଇଜଣ କନେଷ୍ଠବଳ ସଂଜିବ କୁମାର ପ୍ରଧାନ ଓ କେଶବ ପ୍ରଧାନ ସେମାନଙ୍କୁ ଧରିବାପରେ ଛାଡି ଦେଇଥିଲେ । ଏ ନେଇ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।