୯ ଲକ୍ଷ ଟଙ୍କା ଓ ୭୮୦ ଗ୍ରାମ ସୁନା ଲୁଟିନେଲେ ଦୁର୍ବୃତ୍ତ

0
201
୯

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୨୦/୦୧) : ରାୟଗଡ଼ା ସହରର ବ୍ୟବସାୟୀଙ୍କ ଘରୁ ବଡଧରଣର ଚୋରି । ୬ ଟି ଆଲମିରା ତାଡି ୯ ଲକ୍ଷ ଟଙ୍କା ଓ ୭୮୦ ଗ୍ରାମ ସୁନା ଲୁଟିନେଲେ ଦୁବୃତ୍ତ

ସହରର ବ୍ୟାଙ୍କ କଲୋନୀ ପ୍ରଥମ ଧାଡିରେ ରହୁଥିବା କେନ୍ତାଲି ସାଇ ଶ୍ରୀନିବାସ ରାଓ ଙ୍କ ଘରେ ବଡ଼ ଧରଣର ଡକାୟତି ହୋଇଥିବା ଥାନାରେ ଏତଲା ଦେବା ପରେ ପୋଲିସ ପହଞ୍ଚି ସନ୍ଦାନି କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି । ମକର ସଂକ୍ରାନ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବାହାରକୁ ବୁଲିବାକୁ ଯାଇ ଫେରିବା ପରେ ଚୋରି ହୋଇଥିବା ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି, ଘରେ କେହି ନଥିବାର ସୁଯୋଗ ନେଇ ନଗଦ ୯ ଲକ୍ଷ ଟଙ୍କା ସହିତ ୭ସହ ୮୦ଗ୍ରାମ ସୁନା ଲୁଟିନେଲେ ଦୁର୍ବୁତ୍ତ । ଗତ ତିନି ଦିନ ହେବ ଘରର ସମସ୍ତ ସଦସ୍ୟ ଘରେ ତାଲା ମାରି ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଘର କବାଟ ଭାଙ୍ଗି ୬ଟି ଅଲମୀରକୁ ତାଡି ସବୁ କିଛି ହରିଲୁଟ କରିନେଲେ ଦୁର୍ବୁତ୍ତ । ଏ ନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ ।