ଆଇନ ସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା ଶିବିର

0
140
ଆଇନ ସେବା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୮/୦୧) ତା ୦୮/୦୧/୨୩ ରିଖ ରବିବାର ଦିନ ଘ.୧୧.୦୦ମି ରେ ରାୟଗଡ଼ା ବାଇସିଙ୍ଗ ପଞ୍ଚାୟତ ଅଫିସ ପରିସରରେ ମହିଳା ସଶକ୍ତିକରଣ ଉପରେ ଏକ ଆଇନ ସେବା ପ୍ରାଧିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 08 at 17.41.53 ଆଇନ ସେବା ପ୍ରାଧିକରଣ ରାୟଗଡ଼ା ଦ୍ୱାରା ଆଇନ ସଚେତନତା ଶିବିର

ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ରେଜିଷ୍ଟ୍ରାର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ଦିତୀୟ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ଏ.ବି.ଡି.ଓ ଶ୍ରୀ କାଳୁଚରଣ ପଟ୍ଟନାୟକ ଙ୍କ ସମେତ ବାଇସିଙ୍ଗ ପଞ୍ଚାୟତ ର ଇଓ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ସମସ୍ତ ବାଧାବିଘ୍ନ କୁ ଖାତିର୍ ନକରି ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହେଲେ ସଫଳତା ମିଳିପାରିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ନିଜର ଅଭିଭାଷଣରେ ଆଲୋଚନା କରିଥିଲେ । ଅନ୍ୟ ବକ୍ତାମାନେ ନିଜର ବହୁମୂଲ୍ୟ ଅଭିଭାଷଣ ରେ ମହିଳା ସଶକ୍ତିକରଣ ଏବଂ ମହିଳା ମାନଙ୍କ ପ୍ରତି ଆମର ଦାୟିତ୍ୱ ବିଷୟରେ ପୌରାଣିକ ଦୃଷ୍ଟାନ୍ତ ମାଧ୍ୟମରେ ଖୁବ୍ ସୁନ୍ଦର ଭାବରେ ବୁଝାଇଥିଲେ । ସମସ୍ତ ଅସୁବିଧାରେ ସମ୍ମୁଖୀନ ହୋଇଥିବା ମହିଳା ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ବିଷୟ ରେ ଧାରଣା ଦେଇଥିଲେ ।

ଏକ ସୁସ୍ଥ ସମାଜ ପାଇଁ ପ୍ରତ୍ୟେକ ନାରୀ ଶିକ୍ଷିତ ହେବା ସଙ୍ଗେସଙ୍ଗେ ଆର୍ଥିକ ସ୍ୱଚ୍ଛଳ ହେବା ଏକାନ୍ତ ଆବଶ୍ୟକ ବକ୍ତାମାନେ କହିଥିଲେ । ମହିଳା ମାନଙ୍କ ପାଇଁ ଉପଲବ୍ଧ ଥିବା ସାମ୍ବିଧାନିକ ଅଧିକାର ଓ Indian Penal Code ରେ ବର୍ଣ୍ନିତ ବିଭିନ୍ନ ଆଇନ ବିଷୟରେ ସମସ୍ତ ବକ୍ତାମାନେ ଉପସ୍ଥିତ ଥିବା ସମସ୍ତ ମହିଳା ମାନଙ୍କୁ ବୁଝାଇଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ବାଇସିଙ୍ଗ ପଞ୍ଚାୟତ ର ମହିଳା ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି ।