ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା, ମାଆ ବିରଜାଙ୍କ ଜନ୍ମୋତ୍ସବ

0
146
ମାଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୧/୦୧) : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ମାଆ ବିରଜାଙ୍କ ଜନ୍ମୋତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ ।

ପରମ୍ପରା ଅସୁସାରେ ସମସ୍ତ ନୀତି ସ୍ଥିର ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ବ୍ୟବସ୍ଥା । ଆଜି ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ତେବେ କୋଭିଡ ପାଇଁ ୨ ବର୍ଷ ମାଆଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । କିନ୍ତୁ ଏବେ କଟକଣା ହଟିଥିବାରୁ ମାଆଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ଭିଡ଼ । ମାଆଙ୍କ ଜନ୍ମୋତ୍ସବ ପାଇଁ ପୁରା ମନ୍ଦିରକୁ ଫୁଲରେ ସଜା ଯାଇଛି ।