ସିୟା ପରିବାର ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

0
149
ସିୟା

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୩/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ହାଇସ୍କୁଲ ଠାରେ ଆଜି ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସିୟା ପରିବାର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ମୂଖ୍ୟ ଅତିଥି ଭାବରେ ପିତାମହୁଲ ସମିତି ସଭ୍ୟ ସାଇନ୍ଦୁ ସାହୁ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ରଘୁନାଥ ସେଠୀ, ସମବାୟ ସମିତି ସମ୍ପାଦକ ହିମାଂଶୁ ପ୍ରଧାନ, ଯୁବ ସମାଜସେବୀ ରାମ ପ୍ରସାଦ କର୍ଣ୍ଣ, ଭୀଷ୍ମ ଦନ୍ତା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ । ସୋନପୁର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବିଶ୍ଵନାଥ ରଥ, ଟିଟୁ ଭୋଇ, ଜଗତ ଦର୍ଉଆନ, ଯୁଧିଷ୍ଟିର ନାୟକ ଯୋଗ ଦେଇ ବିଭିନ୍ନ ବର୍ଗର ମୋଟ ୨୩ୟୁନିଟ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମ ରେ ସିୟା ସମ୍ପାଦକ ସୁଦାମ ଗାଇଗରିଆ ସହ ବାଲମୁକୁନ୍ଦ ଗେଜ, ମିଥୁନ ପଣ୍ଡା, ସୁନିଲ କୁମାର ଭୋଇ, ଗୈାତମ ବେହେରା, ଦୟାଶୀଳ ଭୋଇ, ଦିଳ୍ଳିପ ପଧାନ, ଶୁସାନ୍ତ ଭୋଇ, ଦୁର୍ଯୋଧନ ମେହେର ସହଯୋଗ କରିଥିଲେ ।