ଚାଟିକୋଣା ଠାରେ ବିଶ୍ୱହିନ୍ଦୁ ପରିଷଦ ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ

0
94
ଚାଟିକୋଣା

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୨୨/୦୧) : ରାୟଗଡ଼ା ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ବନ ବିହାର ସହ ଜିଲ୍ଲାର ସବୁ ବ୍ଲକର କମିଟି ଘୋଷଣା) ପରମ୍ ପରା ରୁ ଚାଲି ଆସୁଥିବା ହିନ୍ଦୁ ଧର୍ମ ଆଜି ଲୋପ ପାଇବାକୁ ବସିଲାଣି, ଯେଉଁ ଗ୍ରାମ ମାନଙ୍କରେ ଶତକଡା ୧୦୦ ରୁ ୧୦୦ ଭାଗ ଲୋକ ହିନ୍ଦୁ ଥିଲେ । ଚାଟିକୋଣା ଠାରେ ବିଶ୍ୱହିନ୍ଦୁ ପରିଷଦ ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜି ସେହି ଗ୍ରାମ ମାନଙ୍କ ରେ ୧୦୦ ରୁ ୯୦ ଭାଗ ଲୋକ ଖ୍ରୀଷ୍ଟିୟାନ ଧର୍ମ ରେ ଦିଖ୍ୟା ନେଇ ଖ୍ରୀଷ୍ଟିୟାନ ହେଇଗଲେଣି, ବର୍ତମାନ ପ୍ରତ୍ୟକ ଗ୍ରାମ ମାନଙ୍କ ରେ ୧୦ ଶତକଡା,୦୫ ଶତକଡା, ହିନ୍ଦୁ ଧର୍ମାଲମ୍ବିମାନେ ବସବାସ କରନ୍ତି । ତେବେ ପ୍ରତ୍ୟକ ଗାଁ ମାନଙ୍କ ରେ ଖ୍ରୀଷ୍ଟିୟାନ ମାନଙ୍କ ସ°ଖ୍ୟା ଅଧିକା ହେବାରୁ, ସେଠି ସେମାନଙ୍କ ରାଜୁତି ଚାଲେ, ଗାଁ ରୁ ସହର ସମସ୍ତ ସ୍ଥାନ ରେ ହିନ୍ଦୁ ଖ୍ରିଷ୍ଟିୟାନ ମାନଙ୍କ ମଧ୍ୟ ରେ ମତଭେଦ ଦେଖାଯାଏ । ଯାହାଫଳରେ ହିନ୍ଦୁ ଓ ଖ୍ରିଷ୍ଟିୟାନ ମାନଙ୍କ ମଧ୍ୟ ରେ ହଟହଟା, କଳି, ଝଗଡା, ଆରମ୍ବ ହୋଇଯାଇଥାଏ । ଏଣୁ ଆଜି ରାୟଗଡ଼ା ଜିଲ୍ଲା, ବିଷମକଟକ ବ୍ଲକ, ଚାଟିକୋଣା ପାତାଲେଶ୍ଵର ଶିବ ମନ୍ଦିର ଠାରେ ହିନ୍ଦୁ ଧର୍ମ ର ସଚେତନ ପାଇଁ ବିଶ୍ୱହିନ୍ଦୁ ପରିଷଦ ର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇ ଯାଇଛି,ଏହି ସଙ୍ଗଠନ ର ମୁଖ୍ୟ ଉଧେସ ଥିଲା ।

ହିନ୍ଦୁତ୍ୱ କୁ ବଜାଇ ରଖିବା,ଏହି ସାଙ୍ଗଠାନିକ କାର୍ଯ୍ୟକ୍ରମ ରେ ଶହେ ରୁ ଉର୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ,ରାୟଗଡା ଜିଲା ରୁ ଏଗାର ଗୋଟି ବ୍କକ ର ସମସ୍ତ ଜନତା ଙ୍କ ମଧ୍ୟ ରୁ ପ୍ରତ୍ୟକ ବ୍କକ ରୁ ୫ ରୁ ୧୦ ଜଣ ଲେଖାଏଁ ଯୋଗ ଦେଇଥିଲେ,ଏବଂ କଲାହାଣ୍ଡି ଜିଲ୍ଲା ର ଅଧିକା°ଶ ବ୍କକ ର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ସାଙ୍ଗଠାନିକ କାର୍ଯ୍ୟକ୍ରମ ଆରମ୍ବ ହେବା ପୁର୍ବ ରୁ ସର୍ବ ପ୍ରଥମେ କ୍ରାନ୍ତିକାରି ଆଶ୍ରମ ପ୍ରତିଷ୍ଟାତା ବାବା ସ୍ୱରୂପ ନନ୍ଦଗିରି ଭାରତମାତା ଫୋଟ ଙ୍କୁ ବନ୍ଦନା କରୀ ଧୁପ, ଦୀପ ସହ ନଡିଆ ବାଡେଇ ପୁଜାର୍ଚନା କରାଯାଇ କାର୍ଯ୍ୟକ୍ରମ ରୁ ପ୍ରାରମ୍ବ କରାଯାଇଥିଲା ।

ସନ୍ୟାସି ସ୍ବରୁପାନନ୍ଦଗିରି ୪୦ ମିନିଟ ଯାଇ ହିନ୍ଦୁ ଧର୍ମ ରୁ ନେଇ ମତ ବ୍ୟକ୍ତ କରିଥିଲେ, ହିନ୍ଦୁ ତ୍ବ କୁ ବଜାଇ ରଖିବା,ଧର୍ମାନ୍ତକରଣ ନ କରିବାକୁ, ଗ୍ରାମ ଦେବି ଙ୍କୁ ବିଶ୍ୱାସ ଓ ଭରଷା କରିବାକୁ ଏବ° ଆଗନ୍ତୁକ ପ୍ରଣାମ କରିବାକୁ ମଧ୍ୟ ବାବା ସ୍ବରୁପା ନନ୍ଦଗିରି ଲୋକ ଙ୍କୁ ବୁଝାଇ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ । ଏହି ସାଙ୍ଗଠାନିକ ବନବିହାର କାର୍ଯ୍ୟକ୍ରମ କୁ ନେଇ ରାୟଗଡ଼ା ବିଶ୍ୱହିନ୍ଦୁ ପରିଷଦ ର ସଭାପତି ଗୌରଚନ୍ଦ୍ରନାୟକ ଙ୍କୁ ପଚାରିବାରୁ କହିଥିଲେ, ହିନ୍ଦୁ ଧର୍ମ ର ଅଗ୍ରଗତି ପାଇ ଜିଲା ତଥା ସମସ୍ତ ବ୍କକ ମାନଙ୍କ ର ସଭାପତି ଓ ସମ୍ପାଦକ ଚୟନ କରାଯାଇଛି ।

ଦେଖିବା ଆଗକୁ ବିଶ୍ୱହିନ୍ଦୁ ପରିଷଦ କିଭଲି ଅଗ୍ରଗତି କରିବ, ତତ୍ ସହ ପ୍ରତ୍ୟକ ଗାଁ ରେ ବି ହିନ୍ଦୁର ସୁରଖ୍ୟା ପାଇଁ ଲୋକ ମୁତୟନ କରାଯିବବୋଲି କହିଥିଲେ । ଏହି ସାଙ୍ଗଠାନିକ ବିଶ୍ୱହିନ୍ଦୁ ପରିଷଦ ର ବନ ବିହାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ହିସାବ ରେ ଯୋଗ ଦେଇଥିଲେ । ବାବା ସ୍ବରୁପାନନ୍ଦଗିରି, ସଙ୍ଗଠନ ମନ୍ତ୍ରୀ ପଶ୍ଚିମ ପ୍ରାନ୍ତ-ସତ୍ୟନାରାୟଣ ଧନପତି, ଜିଲ୍ଲା ସଭାପତି-ଗୌରଚନ୍ଦ୍ରନାୟକ, ଉପ ସଭାପତି ଆନନ୍ଦ ରାଓ ଭାଇ, ବରିଷ୍ଟ ଆଇନ ଯିବି ଅରୁଣ କୁମାର ଲେଙ୍କା, ବରିଷ୍ଟ ଲେଖକ ନିରଞ୍ଜନ ବେହେରା, ପ୍ରଫୁଲ ପାତ୍ର ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।