ଆଟାଜ୍ ରୁ ମିଳିଲା ଯୁବକଙ୍କ ମୃତ ଦେହ

0
101
ଆଟାଜ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୨୩/୦୧) : ଆଟାଜ୍ ରୁ ମିଳିଲା ଯୁବକଙ୍କ ମୃତ ଦେହ । ଜଙ୍ଗଲ ମଧ୍ୟରେ ଫୋପଡା ଯାଇଥିଲା ଏହି ଆଟାଜ୍ ।

କେହି ଦୃବୁର୍ତ୍ତ ଏହି ଯୁବକ ଙ୍କୁ ହତ୍ୟା କରିବା ପରେ ଆଟାଜ୍ରେ ଭର୍ତ୍ତି କରି ଜଙ୍ଗଲ ମଧ୍ୟରେ ଫୋପାଡ଼ି ଦେଇଛି । ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଥାନା ଅଧିନସ୍ଥ ହରିପୁର ଫରେଷ୍ଟ ଜଙ୍ଗଲରେ ପଡିଛି ଏହି ଆଟାଜ୍ । ନାଚୁଣୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକ ଜଣକ କି’ଏ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ଯୁବକକୁ ଅନ୍ୟ କେଉଁଠି ହତ୍ୟା କରିବା ପରେ ହତ୍ୟାକାରୀମାନେ ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛି ପୋଲିସ । ସାଇଣ୍ଟଫିକ୍ ଟିମ୍ ର ତଦନ୍ତ ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ବାଲୁଗାଁ SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।