୨୧ତମ ଦିନିକିଆ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

0
88
୨୧ତମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୩/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ହାଇସ୍କୁଲ ଖେଳ ପଡିଆରେ ରବିବାର ଦିନ ମା ବୁଢ଼ୀ ବାଉରୀ ଭଲିବଲ କ୍ଳବ ରାମଗଡ ଆନୁକୂଲ୍ୟରେ ୨୧ତମ ଏକ ଦିନିଆ ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି ।

୨୧ତମ ଦିନିକିଆ ଭଲିବଲ ଟୁର୍ନାମେଣ୍ଟ ଖେଳ ରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ବୁଟୁପାଲି, ରାଜନପାଲି, ବନ୍ଧାପଥର, ତେଲିବନ୍ଧ, ଜହ୍ନlପଙ୍କ, ଛତ୍ରଙ୍ଗ ଓ ରାମଗଡ଼ ରୁ ୩ ଗୋଟି ଦଳ ଆଦି ୧୦ ଗୋଟି ଦଳକୁ ନେଇ ଦିନ ୧୦ ଟାରୁ ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ ଖେଳ ଚାଲୁରହିଥିଲା । ଫାଇନାଲ ରେ ରାମଗଡ ମା ବୁଢ଼ୀ ବାଉରୀ କ୍ଳବ ସହିତ ତେଲିବନ୍ଧ ସହିତ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଗୋଟିଏ ସେଟ ଖେଳ ପାଇଁ ୧୫ ମିନିଟ ନିର୍ଦ୍ଧାରିତ ସମୟ ଦିଆଯାଇଥିଲା । ପ୍ରଥମ ସେଟ ରେ ରାମଗଡ ଦଳ ୧୦/୪ ପଏଣ୍ଟ ରେ ଆଗୁଆ ଥିବାବେଳେ ୨ୟ ସେଟରେ ୬/୧ପଏଣ୍ଟ ରେ ଆଗୁଆ ହୋଇ ବିଜୟୀ ଲାଭ ହୋଇଥିଲା ।

ଏହି ଖେଳରେ ମୁଖ୍ୟଅତିଥି ଭାବେ ରାମଗଡ ସରପଞ୍ଚ ପ୍ରବାସିନୀ ଯୋଶୀ, ସମ୍ମାନିତ ଅତିଥି ଭାବେ ତିଲେଶ୍ୱର ହାଇସ୍କୁଲ ର ପୂର୍ବତନ ଶିକ୍ଷକ ଲଡ଼ୁ କିଶ୍ବର ମିଶ୍ର, ପୂର୍ବତନ ଶିକ୍ଷକ ବୀରେନ୍ଦ୍ର ବାରିକ ଉପସ୍ଥିତ ରହିଥିଲେ । ବିଜୟୀ ଓ ପରାଜିତ ଦଳ କୁ ଟ୍ରଫି ସହିତ ଅର୍ଥ ରାଶି ଶିକ୍ଷକ ରଜନୀ କାନ୍ତ ବାରିକ ପ୍ରଦାନ କରିଥିଲେ । ଏହି ଖେଳକୁ ଚିତ୍ତରଞ୍ଜନ ଭୋକ୍ତା ଖେଳ ପରିଚାଳନା କରିଥିବା ବେଳେ, ବିଜୟ ଦେହୁରୀ, ରଞ୍ଜନ ସେଠି, ଯୁବ ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ଅବନୀ ବାରିକ, ଙ୍କ ସମେତ ମା ବୁଢ଼ୀ ବାଉରୀ ଭଲିବଲ କ୍ଳବ ର ସମସ୍ତ ସଦସ୍ୟ ଖେଳରେ ସହାଯ୍ୟ କରିଥିଲେ ।