ଧାନ ବିକ୍ରିରେ ଅବ୍ୟବସ୍ଥା ଅଭିଯୋଗ କରି ରାସ୍ତା ଅବରୋଧ କଲେ ଚାଷୀ

0
115
ଧାନ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୫/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ମଣ୍ଡିରୁ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ କରି ଏହା ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ ଚାଷୀମାନେ ଦୀର୍ଘ ସମୟ ଧରି ବୀରମହାରାଜପୁର – ଅମରପାଲି ରାସ୍ତାର ପଥରଘାଟ ଠାରେ ଅବରୋଧ କରିଥିଲେ ।WhatsApp Image 2023 01 25 at 09.00.46 1 ଧାନ ବିକ୍ରିରେ ଅବ୍ୟବସ୍ଥା ଅଭିଯୋଗ କରି ରାସ୍ତା ଅବରୋଧ କଲେ ଚାଷୀ

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଶତାଧିକ ଚାଷୀ ରାସ୍ତା ଉପରେ ବସିରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀଙ୍କ ଅଭିଯୋଗ ଅନୁସାରେ ହିଲୁଙ୍ଗ ମଣ୍ଡି ଉପରେ ହିଲୁଙ୍ଗ ଓ ଚମ୍ପାମାଳ ଆଦି ଦୁଇଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି । ଉକ୍ତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଧାର୍ଯ୍ୟ ତାରିଖରେ ଧାନ ଆଣିଥିଲେ । ମାତ୍ର କାହାର ଧାନ ୧୦ ଦିନ ତ କାହାର ୧୫ ଦିନ ହେଲା ମଣ୍ଡିରେ ପଡିରହିଛି । ଚାଷୀମାନେ ଶୀତ କାକରରେ ମଣ୍ଡିରେ ଧାନଜଗିରହୁ ଥିବାବେଳେ ଠିକ ସମୟର ଧାନ ବିକ୍ରି ହୋଇପାରୁ ନ ଥିବା ଅଭିଯୋଗ କରିଥିଲେ ।

ବର୍ତ୍ତମାନ ପ୍ରାୟ ୨୦ ହଜାର ବସ୍ତା ଧାନମଣ୍ଡିରେ ପଡ଼ିରହିଥିବାବେଳେ କ୍ଵିଣ୍ଟାଲ ପିଛା ଦୁଇ/ତିନି କିଲୋ ଧାନକଟନି କରାଯାଉଥିବା ମଧ୍ୟ ଚାଷୀମାନେ ପ୍ରକାଶ କରିଛନ୍ତି । ଅନେକ ଚାଷୀ ଧାନକିଣାରେ ପାତରଅନ୍ତର କରାଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଚାଷୀମାନେ ପ୍ୟାକ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ ମଣ୍ଡି ରୁଧାନ ଉଠିପାରୁ ନ ଥିବା ଅଭିଯୋଗ କରି ପୂର୍ବାହ୍ନ ପ୍ରାୟ ୧୦ଟା’ ଠାରୁ ରାସ୍ତା ଅବରୋଧ କରିଥିଲେ । ଅପରାହ୍ନରେ ଏସଇଏସଓ ଲଲିତ ମୋହନ ପଣ୍ଡା, ଅତିରିକ୍ତ ତହସିଲଦାର ସ୍ୱାଗତ କୁମାର ପଣ୍ଡା, ଏଆରସିଏସ ଗଜେନ୍ଦ୍ର ପଣ୍ଡା, ଯୋଗାଣ ଅଧିକାରୀ ପିଙ୍କୁ ଭୁଏଙ୍କ ସହିତ ଆରଏମସି କର୍ମଚାରୀ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ତୁରନ୍ତ ମଣ୍ଡିରୁଧାନ ଉଠାଇବା ପାଇଁ ବ୍ୟବସ୍ଥା କରାଯିବାପରେ ଅପରାହ୍ନ ପ୍ରାୟ ୩ଟା’ ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।