ସରସ୍ୱତୀ ପୂଜା ରେ ଭୋଗ ଖାଇ ୧୨ ଜଣ କଲେଜ ଛାତ୍ରୀ ଅସୁସ୍ଥ

0
109
ସରସ୍ୱତୀ ପୂଜା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ, (୨୮/୦୧) : ସରସ୍ୱତୀ ପୂଜା ରେ ଭୋଗ ଖାଇ ୧୨ ଜଣ କଲେଜ ଛାତ୍ରୀ ଅସୁସ୍ଥ । ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା ଚାଲିଛି ।

ସ୍ଥିର ରହିଥିବା ଜଣା ପଡିଛି । ଘଟଣା ଟି ବରଗଡ ଜିଲ୍ଲା ପାହାଡ ସିର୍ଗିଡା କଲେଜର ବୋଲି ସୂଚନା ମିଲିଛି । ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ଏବଂ ସରସ୍ୱତୀ ପୂଜା ରହିଥିବାରୁ ପାହାଡ ସିର୍ଗିଡା କଲେଜରେ ଭୋଜି ହୋଇଥିଲା । ସେହିଦିନ ସନ୍ଧ୍ୟାରେ ଅସୁସ୍ଥ ହୋଇଥିବା ଛାତ୍ରୀମାନେ ରହୁଥିବା ସେଠାକାର ଏକ ଘରୋଇ ଛାତ୍ରୀ ନିବାସରେ ମଧ୍ୟ ସରସ୍ୱତୀ ପୂଜା କରି ପ୍ରସାଦ ଖାଇ ଥିଲେ । ଏହାପରେ ୨୭ ତାରିଖ ସକାଳୁ ଛାତ୍ରୀ ମାନଙ୍କ ଦେହ ଗୋଟିଏ ଗୋଟିଏ ଅସୁସ୍ଥ ହୋଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ସୁଧାର ନ ଆସିବାରୁ ହଷ୍ଟେଲ କତ୍ତୃପକ୍ଷ ଏବଂ କଲେଜ କତ୍ତୃପକ୍ଷ ସମସ୍ତ ୧୨ ଜଣ ଛାତ୍ରୀଙ୍କୁ ଭିମସାରରେ ଆଣି ଭର୍ତ୍ତି କରିଥିବା ଜଣାପଡିଛି ।

ତେବେ କଲେଜରେ ଖାଇଥିବା ଖାଦ୍ୟ ନା ହଷ୍ଟେଲ ରେ ଖାଇଥିବା ଖାଦ୍ୟରୁ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଲା ତାହା ଜଣା ପଡିନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ବୁର୍ଲା ମେଡିକାଲର ମେଡିସିନ ବିଭାଗରେ ଅସୁସ୍ଥ ଛାତ୍ରୀ ମାନଙ୍କ ଚିକିତ୍ସା ଜାରୀ ରହିଥିବା ବେଳେ କଲେଜ କତ୍ତୃପକ୍ଷ ମଧ୍ୟ ମେଡିକାଲ ରେ ଉପସ୍ଥିତ ରହି ତଦାରଖ କରୁଥିବା ଦେଖିବାକୁ ମିଳିଛି ।