ହାତୀ ମୃତ୍ୟୁ : ବନ ବିଭାଗର ତଦନ୍ତ ଜାରି

0
92
ହାତୀ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୧/୦୨) : ବଡମ୍ବାରେ ପୁଣି ହାତୀ ମୃତ୍ୟୁ । ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅଧୀନ ହିନ୍ଦୋଳ ବର୍ଡରର କମ୍ପାର୍ଟମେଣ୍ଟ ୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତି ଅଞ୍ଚଳରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ବଡମ୍ବାରେ ପୁଣି ହାତୀ ମୃତ୍ୟୁ । ବିଳମ୍ବିତ ରାତିରେ କେହି ଗୁଳି କରିଥିବା ସନ୍ଦେହ କରୁଛି ବନ ବିଭାଗ । ହାତୀର ଦାନ୍ତ ଚୋରି ହୋଇଥିବା ସନ୍ଦେହ କରାଯାଉଛି । ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ କିଛି ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ମୃତ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ପରେ ଅପରାହ୍ନରୁ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ବୋଲି ରେଞ୍ଜର ସୁବ୍ରତ କୁମାର ବେହେରା ସୂଚନା ଦେଇଛନ୍ତି । ଘଟଣା ସ୍ଥଳରେ ଆଠଗଡ଼ ବନଖଣ୍ଡ ଅଧିକାରୀ ଡ଼ ଯଜ୍ଞଦତ୍ତ ପତି ମଧ୍ୟ ତଦନ୍ତରେ ସାମିଲ ଥିବା ଜଣାପଡିଛି ।