ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅନ୍ଧାରରେ ଦୁଇଟି ଗାଁ

0
92
ଚୋରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନଗୁଳ,(୦୧/୦୨) : ଅନଗୁଳ ଜିଲ୍ଲା ପାଳଲହଡା ଥାନା ଗୁରୁଣ୍ଡିଆମୁଣ୍ଡା ଓ ତିରିବି ଗ୍ରାମରୁ ବିଳମ୍ବିତ ରାତିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଫଳରେ ଦୁଇଦିନ ହେବ ଅନ୍ଧାରରେ ଦୁଇଟି ଗାଁର ଶତାଧିକ ପରିବାର। ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲାଇନ କାଟି ଉଭୟ ଗାଁରେ ଲାଗିଥିବା ୨୫ ୱାଟ ର ଦୁଇଟି ଟ୍ରାନ୍ସଫର୍ମର ଭାଙ୍ଗି ଭିତରେ ଥିବା ସମସ୍ତ ଯନ୍ତ୍ର ପାତି ନେଇଯାଇଛନ୍ତି ।ଟ୍ରାନଫର୍ମର କିଛି ଅଂଶ ଖଣ୍ଡ କରି ଦୁର୍ବୃତ୍ତ ମାନେ ପାଖ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଏ ନେଇ ଦୁଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଅବଗତ କରିବା ଶହ ପାଳଲହଡା ପୋଲିସ ରେ ଅଭିଯୋଗ କରିଛନ୍ତି ।