ଜୁଆଖେଳ ରେ ପୁଲିସ ଚଢ଼ଉ ୩ ଯୁବକ ଗିରଫ

0
115
ଜୁଆଖେଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଧିନସ୍ଥ ବୁଢ଼ୀ ଝରଣ ରେ ଗତକାଲି ସନ୍ଧ୍ୟା ରେ ଜୁଆଖେଳ ଚାଲିଥିଲା ବେଳେ ଉଲୁଣ୍ଡା ପୋଲିସ ଚଡାଉ କରି ୫ ବାଇକ ନଗତ ୨୬୭୦ ଟଙ୍କା ଓ ୬ ଟି ଡାଲା, ଗୋଟିଏ ପଟ୍ଟୀ ପୋଲିସ ଜବତ କରିଛି ।WhatsApp Image 2023 02 03 at 12.29.48 1 ଜୁଆଖେଳ ରେ ପୁଲିସ ଚଢ଼ଉ ୩ ଯୁବକ ଗିରଫ

ଜୁଆଖେଳ ରେ ପୁଲିସ ଚଢ଼ଉ ୩ ଯୁବକ ଗିରଫ । ଅଭିଯୁକ୍ତ ହରିବନ୍ଧୁ ଦୀପ କେଉଟିପାଳି, ହୁଡ ଗ୍ରାମ ର ନେପାଳ ଭୁଏ, ବୁଢ଼ୀ ଝରଣ ଗ୍ରାମ ର କୈରା ମୁଣ୍ଡା କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ କିଛି ଜଣ ଫେରାର ହୋଇଥିବା ଜଣାପଡିଛି । ତେବେ ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ଏହି ଚଢାଉ ଟି ଆଇଆଇସି ଅନିତା କିଡୋ ଙ୍କ ନିର୍ଦ୍ଦେଶ ରେ ହୋଇଥିବା ବେଳେ ଏସଆଇ ଶଙ୍କର କୁମ୍ଭାର ସମେତ ତାଙ୍କର ସହକର୍ମଚାରୀ ସାମିଲ ଥିଲେ ।