ଧରାପଡ଼ିଲା ଜାଲ୍ ନୋଟ କାରବାର, ଜଣେ ଗିରଫ

0
137
କାରବାର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୩/୦୨) : ବଲାଙ୍ଗୀରରେ ଧରାପଡ଼ିଲା ଜାଲ୍ ନୋଟ କାରବାର । ବହୁ ପରିମାଣର ଜାଲ ୫ ଶହ ଟଙ୍କିଆ ନୋଟ ଜବତ ହୋଇଛି ।

ବ୍ୟାଗରୁ ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କାର ଜାଲ ନୋଟ ଜବତ ହେବା ସହ ଜାଲ ଟଙ୍କା ଜବତ ଘଟଣା ରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତଙ୍କ ନାମ ଲିଙ୍ଗରାଜ ବେହେରା । ବଲାଙ୍ଗୀର ଟିଟିଲାଗଡ଼ ବସଷ୍ଟାଣ୍ଡ ପାର୍କ ନିକଟରୁ ଏହି ଜାଲ ଟଙ୍କା ଜବତ ହୋଇଛି । ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏସବୁର ଖୋଳତାଡ କରୁଛି ପୋଲିସ ।