ଜିଲ୍ଳାସ୍ତରୀୟ କୃଷିମେଳାର ତୃତୀୟ ଦିନରେ “ଚାଷୀ ମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା ବୋଲି କହିଥିଲେ- ମନ୍ତ୍ରୀ ଜଗନ୍ନାଥ ସାରକା “

0
270

ରିପୋର୍ଟର – ଗୋପୀନାଥ ଗୌଡ଼ //
ରାୟଗଡ଼ (୦୫.୦୨): ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷୀ ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଅନୁସୂଚିତ ଜନଜାତି, ଅନୁସୂଚିତଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦାନ କରି ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କ ଉନ୍ନତି ପାଇଁ ସଦାବେଳେ ପ୍ରଚେଷ୍ଟା ଜାରି ରଖିଛନ୍ତି ld25514fa 5743 4608 9317 32ee54a2f77f ଜିଲ୍ଳାସ୍ତରୀୟ କୃଷିମେଳାର ତୃତୀୟ ଦିନରେ "ଚାଷୀ ମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା ବୋଲି କହିଥିଲେ- ମନ୍ତ୍ରୀ ଜଗନ୍ନାଥ ସାରକା "

ଚାଷୀମାନଙ୍କୁ ଆୟକୁ ଦ୍ବିଗୁଣିତ କରିବା ନିମନ୍ତେ ଓଡ଼ିଶା ସରକାର ସାଧାରଣ ଓ କୃଷି ବଜେଟ ଆୟୋଜନ କରିଛନ୍ତି l କୃଷି ବଜେଟ ମାଧ୍ୟମରେ ଚାଷୀମାନଙ୍କ ଜୀବନ ଧାରଣା ମାନ ଵୃଦ୍ଧି କରିବା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଚାଷୀ ଭାଇ ମାନେ ଏହି ଯୋଜନାରେ ଲାଭ ଉଠାନ୍ତୁ ଓ ନିଜର ଆୟକୁ ଦ୍ବିଗୁଣିତ କରନ୍ତୁ ବୋଲି କହିଥିଲେ l ଜିଲ୍ଲାପାଳ ରାୟଗଡ ସ୍ୱଧାଦେଵ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁସୂୟା ମାଝୀ, ଅଧ୍ୟକ୍ଷl ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ, ସୁଶ୍ରୀ ସରସ୍ୱତୀ ମାଝୀ, ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ରାୟଗଡ଼,ଶ୍ରୀ ରାମଚନ୍ଦ୍ର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ,ଶ୍ରୀ ପତିତପାବନ ସାମନ୍ତରାୟ ଉପନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ରାୟଗଡ଼ ଆଦି ଯୋଗଦାନ କରି ଚାଷୀ ମାନଙ୍କୁ କୃଷି ମେଳାର ଉଦ୍ଧେଶ୍ୟ ଓ ଆଧୁନିକ ପ୍ରଣାଳୀରେ ଚାଷୀ କିପରି ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ ଓ ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରି ବର୍ତ୍ତମାନ ଯୁଗ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବ ।fa0a86fc 772f 46cb 8592 fb25f7cb85d1 ଜିଲ୍ଳାସ୍ତରୀୟ କୃଷିମେଳାର ତୃତୀୟ ଦିନରେ "ଚାଷୀ ମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା ବୋଲି କହିଥିଲେ- ମନ୍ତ୍ରୀ ଜଗନ୍ନାଥ ସାରକା " 736fc1ad 777c 4cce b314 6ec54b8d726b ଜିଲ୍ଳାସ୍ତରୀୟ କୃଷିମେଳାର ତୃତୀୟ ଦିନରେ "ଚାଷୀ ମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା ବୋଲି କହିଥିଲେ- ମନ୍ତ୍ରୀ ଜଗନ୍ନାଥ ସାରକା "

ଏ କ୍ଷେତ୍ରରେ ସରକାର ସବସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦlଶ ସ୍ଵାଗତ ଭାଷଣ ଦେଇଥିବା ବେଳେ, ଜଳବିଭାଜିକା ମିଶନ, ରାୟଗଡ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଦୟାନିଧି ବାଘ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଆଜି ଦିବସରେ ୧୦ ଜଣ କୃଷକଙ୍କୁ ଟ୍ରାକ୍ଟର ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ହାସଲ କରିଥିବା କୋଲନରା ବ୍ଳକର ପ୍ରଦୀପ ପଣ୍ଡା, ଦୁଃଖିନୀ ହୁଇକା, ଲତା କୁତୃକା, ରାୟଗଡ ବ୍ଳକର ଏସ.ସତ୍ୟ ପ୍ରବୀଣ ଓ ଗୀତା ନିମାଲ ଓ ମୁନିଗୁଡ଼ା ବ୍ଳକର ରମାକାନ୍ତ ସାହୁଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା l ଦଶ ଜଣ ହିତାଧିକାରୀଙ୍କୁ ଟ୍ରାକ୍ଟର ଚାବି ମାନ୍ୟବର ମନ୍ତ୍ରୀ ହସ୍ତାନ୍ତର କରିଥିଲେ l ଏହାପରେ କୃଷି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରେ ଡ. ଚିନ୍ତାମତି ମିଶ୍ର, ଇ.ଅଭିନବ ମିଶ୍ର, ଶ୍ରୀଯୁକ୍ତ ନବୀନ କୁମାର , ଶ୍ରୀଯୁକ୍ତ ପରିମଳ ସରକାର ଏବଂ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଦୟାନିଧି ବାଗ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ସଭାପତିତ୍ବ କରିଥିଲେ। ଶେଷରେ ଅପରାହ୍ନ ୩ ଟା ରେ ସାଂସ୍କୃତିକ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।