ଲୋକତନ୍ତ୍ର ରେ ଜନମତକୁ ସମ୍ମାନ ଦିଆଯାଉ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
116
ଲୋକତନ୍ତ୍ର

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫.୦୨) : ଲୋକତନ୍ତ୍ର ରେ ଜନମତକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ । ଆମେ ଯାହା ଚାହିଁବୁ, ତାହା କରିବୁ । ଯାହାକୁ ଚାହିଁବୁ ସେମିତି ବ୍ୟବହାର କରିବୁ, ଏପରି ହେବା ଅନୁଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନmaxresdefault 4 ଲୋକତନ୍ତ୍ର ରେ ଜନମତକୁ ସମ୍ମାନ ଦିଆଯାଉ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦାୟିତ୍ୱ ମିଳିଛି, ଜାଗିର୍ ନୁହେଁ। ଆମେ ଯାହା ଚାହିଁବୁ, ତାହା କରିବୁ। ଯାହାକୁ ଚାହିଁବୁ ସେମିତି ବ୍ୟବହାର କରିବୁ, ଏପରି ହେବା ଅନୁଚିତ୍ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ ସୂଚାରୁରୂପେ ପାଳନ କରନ୍ତୁ । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୀତିରେ ହିଂସାର ସ୍ଥାନ ନାହିଁ । ମାତ୍ର ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ଅତି ନିକଟରୁ ହତ୍ୟା କରିବା ଏବଂ ଘଟଣାର ସପ୍ତାହେ ପରେ ବି ପୁଲିସ ଡିଜି ତଦନ୍ତ ପ୍ରକ୍ରିୟାର ପ୍ରଶ୍ନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଭରସା କରିବା କହିବା ରାଜ୍ୟବାସୀଙ୍କୁ ଚକିତ କରିଛି । ଗୃହ ବିଭାଗ ଦାୟତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନୀରବତା ଅବଲମ୍ବନ କରିବା ଏବଂ ପୋଲିସ ଡିଜି ମହାପ୍ରଭୁଙ୍କ ନାଁ ନେଇ ହତ୍ୟା ଘଟଣାରୁ ଖସିଯିବା ଭଳି ଉଦ୍ୟମ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ତଦନ୍ତରେ କମିଶନ ଆକ୍ଟରେ ନ୍ୟାୟଧୀଶଙ୍କୁ ନିଯୁକ୍ତି କରାଯାଇନାହିଁ ।

ସେହିପରି ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆଙ୍କୁ ଆକଟ କରିବା ବେଳେ ଉପଜିଲ୍ଲାପାଳ ଏବଂ ତାଙ୍କ ଗାଡି ଚାଳକଙ୍କ ଉପରେ ଆକ୍ରମଣ ହେବା କେଉଁ ପ୍ରକାର ଶାସନ ବ୍ୟବସ୍ଥାର ସୂଚନା ଦେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ଓ ପୋଲିସର ନିଷ୍କ୍ରିୟତା ଉପରେ ଉଦାହରଣ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ନେଇ ପ୍ରତିବାଦ କରିବା କାରଣରୁ ମାହାଙ୍ଗାର ଦଳୀୟ କାର୍ୟ୍ୟକର୍ତ୍ତା କୁଳମଣି ବରାଳଙ୍କ ହତ୍ୟା କରାଗଲା । ସ୍ୱର୍ଗତ ବରାଳଙ୍କ ପରିବାର ତରଫରୁ ସ୍ଥାନୀୟ ଲୋକପ୍ରତିନିଧି ତଥା ସେତେବେଳର ମନ୍ତ୍ରୀଙ୍କ ଉପରେ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ପୁଲିସରେ ତାଙ୍କ ନାଁରେ ଏତଲା ଦିଆଗଲା । ମାତ୍ର ସେହି ଏଫଆଇଆରକୁ ପୋଲିସ ରଖିଲା ନାହିଁ ଏବଂ ପରବର୍ତ୍ତୀ ପର୍ୟ୍ୟାୟରେ ୨୦୨୧ ଅଗଷ୍ଟ ୨୫ ତାରିଖରେ ସାଲେପୁରର ମାନ୍ୟବର ଜେଏମଏଫସି କୋର୍ଟଙ୍କୁ ପରିବାରର ଅଭିଯୋଗ ଅନୁସାରେ ଘଟଣାର ପୁନଃତଦନ୍ତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ ପଡିଥିଲା ।

ଦ୍ୱିତୀୟତଃ ଓଡ଼ିଶାର ଜନଜାତି ସମ୍ପ୍ରଦାୟର ଆନନ୍ଦ ଟୋପୋଙ୍କ ମୃତ୍ୟୁ ନେଇ ମଧ୍ୟ ସମାନ ଭାବେ ଗତ ଡିସେମ୍ବର ୬ ତାରିଖରେ ଓଡ଼ିଶା ହାଇକୋର୍ଟ ପୁଲିସ କେସ ରେଜିଷ୍ଟର ନକରିବା ନେଇ କଡା ଟିପ୍ପଣୀ ଦେଇଛନ୍ତି । ଦାୟିତ୍ୱରେ ଥିବା ପୁଲିସ ଅଧିକାରୀଙ୍କୁ କାମରୁ ଦୂରେଇବା ପାଇଁ ନିର୍ଦ୍ଦେଶ ଦେଲେ । ଅନୁରୂପ ଭାବରେ ଓଡ଼ିଶାର ଜଣେ ଝିଅ ଶାସକ ଦଳର ଯୌନ ବ୍ୟଭିଚାରରେ ସଂଶ୍ଲିଷ୍ଟ ବିଧାୟକଙ୍କ ନାଁରେ ଥାନାରେ ଅଭିଯୋଗ କଲେ । ମାତ୍ର ପୋଲିସ ତାଙ୍କର ଅଭିଯୋଗ ପତ୍ର ନରଖିବା କାରଣରୁ ସେ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ।

ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନୈତିକତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ତୃତୀୟ ପକ୍ଷକୁ ଦିଆଯାଉ । ପୁଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ଓଡିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।